Categories: ବାଣିଜ୍ୟ

୨୬,୪୭୮ କୋଟି ଟଙ୍କା ଆୟ କଲା ରିଲାଏନ୍ସ ଜିଓ, ପ୍ରଥମ କ଼୍ବାର୍ଟରରେ ୧୨% ବୃଦ୍ଧି

ମୁମ଼୍ବାଇ, ୧୯।୭: ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ କ଼୍ବାର୍ଟରରେ ରିଲାଏନ୍ସ ଜିଓର ଆୟ ବୃଦ୍ଧି ପାଇଛି । ଏପ୍ରିଲ, ମେ ଏବଂ ଜୁନ୍‌ ମାସର ଅଡିଟ୍‌ ପରେ କମ୍ପାନୀର ନେଟ୍‌ ଲାଭରେ ୨.୦୨ ପ୍ରତିଶତ ବୃଦ୍ଧି ହୋଇଛି । ଗତ ଆର୍ଥିକ ବର୍ଷର ପ୍ରଥମ ସପ୍ତାହରେ କମ୍ପାନୀ ୫,୩୩୭ କୋଟି ଟଙ୍କା ନେଟ୍‌ ଲାଭ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷ ଏହା ୫,୪୪୫ କୋଟିରେ ପହଞ୍ଚିଛି । ରିଲାଏନ୍ସ ଗ୍ରୁପର ଏହି ଟେଲିକମ୍‌ କମ୍ପାନୀର ପରିଚାଳନା ରେଭେନ୍ୟୁ ୩ ମାସରେ ବୃଦ୍ଧି ହୋଇ ୨୬,୪୭୮ କୋଟି ଟଙ୍କା ରହିଛି । ଗତ ଆର୍ଥିକ ବର୍ଷରେ ଏହା ୨୫,୯୫୯ କୋଟି ଟଙ୍କା ରହିଥିଲା ।

ବାର୍ଷିକ ଭିତ୍ତିରେ ଦେଖିଲେ, ରିଲାଏନ୍ସ ଜିଓ ପ୍ରଥମ କ଼୍ବାର୍ଟରରେ ସ଼୍ବତନ୍ତ୍ର ନିଟ ଲାଭରେ ୧୨% ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷର ସମାନ କ଼୍ବାର୍ଟରରେ ଏହା ୪,୮୬୩ କୋଟି ଟଙ୍କା ଥିଲା। କମ୍ପାନୀର ରାଜସୱ ମଧ୍ୟ ବାର୍ଷିକ ୧୦.୧ ପ୍ରତିଶତ ବୃଦ୍ଧି ପାଇଛି ।

Share