Categories: ବାଣିଜ୍ୟ

ଜିଓ ଲଞ୍ଚ କଲା ଶସ୍ତା ପ୍ଲାନ୍‌: ୧୨୩ ଟଙ୍କାରେ ଅନ୍‌ଲିମିଟେଡ୍‌ କଲିଂ, ଡେଲି ଡାଟା ସହ ମିଳିବ…

ନୂଆଦିଲ୍ଲୀ,୧୪।୭: ଶସ୍ତା ପ୍ଲାନ ଲଞ୍ଚ କରିଛି ଜିଓ। ଗ୍ରାହକମାନଙ୍କ ସୁବିଧା ଲାଗି କମ୍ପାନୀ ୧୨୩ ଟଙ୍କାର ପ୍ଲାନ ଆଣିଛି। ଏହି ପ୍ଲାନ୍‌ରେ ଜିଓ ବ୍ୟବହାରକାରୀଙ୍କୁ ଡେଲି ଡାଟା, ଅନ୍‌ଲିମିଟେଡ୍‌ କଲିଂ, ଏସ୍‌ଏମ୍‌ଏସ୍‌ ବ୍ୟତିତ ଅନ୍ୟ ସୁବିଧା ମିଳିବ। ପ୍ଲାନରେ ଭାଲିଡିଟି ୨୮ ଦିନ ରହିବ।
୧୨୩ ଟଙ୍କିଆ ପ୍ଲାନରେ ଅନ୍‌ଲିମିଟେଡ୍‌ କଲ୍‌ କରିପାରିବେ ବ୍ୟବହାରକାରୀ। ଏହାଛଡ଼ା ପ୍ରତ୍ୟେହ ୦.୫ଜିବି ଡାଟା,୩୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମିଳିବା ସହ ଜିଓ ଟିଭି, ଜିଓ ସିନେମା, ଜିଓ କ୍ଲାଉଡ୍‌ ପ୍ରଭୃତି ଆକ୍ସେସ ମିଳିବ। ତେବେ ଏହି ରିଚାର୍ଜର ଫାଇଦା କେବଳ ଜିଓ ଭାରତ ଫୋନ୍‌ ବ୍ୟବହାରକାରୀ ଉଠାଇପାରିବେ ବୋଲି କମ୍ପାନୀ ସ୍ପଷ୍ଟ କରିଛି।

Share