Advertisement

ଜିଓ ସେବାର ୬ଷ୍ଠ ପୂର୍ତ୍ତି ଉତ୍ସବ

ମୁମ୍ବାଇ,୫।୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ରବିବାର ୬ବର୍ଷ ପୂରଣ କରି ୭ମ ବର୍ଷରେ ପାଦ ଦେଇଛି। ଏପରିକି ୨୦୧୬ ସେପ୍ଟେମ୍ବର ୫ରେ ଜିଓ ସାରା ଦେଶରେ ତା’ର ବ୍ୟବସାୟିକ ଶୁଭାରମ୍ଭ କରିଥିଲା। ବିଗତ ୬ବର୍ଷ ମଧ୍ୟରେ ଦୂରସଞ୍ଚାର ଶିଳ୍ପ ପ୍ରତି ବ୍ୟକ୍ତି ହାରାହାରି ପ୍ରତି ମାସରେ ଡାଟା ବ୍ୟବହାର କ୍ଷେତ୍ରରେ ୧୦୦ଗୁଣରୁ ଅଧିକ ବୃଦ୍ଧି ହାସଲ କରିଛି। ଟ୍ରାଇ ତଥ୍ୟ ଅନୁଯାୟୀ ଜିଓ ସେବା ଆରମ୍ଭ ପୂର୍ବରୁ ପ୍ରତ୍ୟେକ ଭାରତୀୟ ଗ୍ରାହକ ଗୋଟିଏ ମାସରେ ହାରାହାରି ମାତ୍ର ୧୫୪ ଏମ୍‌ବି ଡାଟା ବ୍ୟବହାର କରୁଥିଲେ। ସମ୍ପ୍ରତି ଡାଟା ବ୍ୟବହାର ପରିମାଣ ୧୦୦ ଗୁଣ ବୃଦ୍ଧିପାଇ ପ୍ରତି ମାସରେ ପ୍ରତ୍ୟେକ ଗ୍ରାହକଙ୍କ ପିଛା ହାରାହାରି ୧୫.୮ ଜିବି ସ୍ତରରେ ପହଞ୍ଚତ୍ଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ୬ ବର୍ଷ ପୂର୍ବରୁ ଯେତେବେଳେ ଜିଓର ଶୁଭାରମ୍ଭ କରିଥିଲେ, ସେତେବେଳେ କାହା ମନ ଭିତରେ ନଥିଲା ଯେ ଶୁଭାରମ୍ଭର ମାତ୍ର କିଛି ବର୍ଷ ମଧ୍ୟରେ ଜିଓ କେବଳ ଦେଶର ନୁହେଁ, ଦୁନିଆର ସବୁଠାରୁ ବଡ ଦୂରସଞ୍ଚାର କମ୍ପାନୀରେ ପରିଗଣିତ ହେବ। ସମ୍ପ୍ରତି ଜିଓ ଭାରତରେ ୪୧ କୋଟି ୩୦ ଲକ୍ଷ ମୋବାଇଲ ଏବଂ ପ୍ରାୟ ୭୦ ଲକ୍ଷ ଜିଓ ଫାଇବର ଗ୍ରାହକ ସହ ୩୬% ବଜାର ଅଂଶ ହାସଲ କରିଛି। ରାଜସ୍ବ ଦୃଷ୍ଟିରୁ ଏହାର ବଜାର ଅଂଶ ୪୦.୩% ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share