ଜିଓ ଟ୍ରୁ-୫ଜି କ୍ୟାମ୍ପସ୍‌ ଅଭିଯାନ

ଭୁବନେଶ୍ୱର,୩।୯: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଜିଓ ଟ୍ରୁ-୫ଜି କ୍ୟାମ୍ପସ୍‌ ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷକରି ଜିଓ ଟ୍ରୁ-୫ଜି ଜରିଆରେ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନକୁ ସ୍ବତନ୍ତ୍ର ଭାବେ ୫ଜି ସଂଯୋଗ ଦେବା ସହିତ ଶିକ୍ଷା କ୍ଷେତ୍ରରେ ଆସିବାକୁ ଥିବା ବୈପ୍ଲବିକ ରୂପାନ୍ତରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ନିକଟରେ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଚଳିତ ସପ୍ତାହ ମଧ୍ୟରେ ରାଉରକେଲାର ଏସ୍‌କେ ଡିଏଭି ପଲିଟେକ୍ନିକ କଲେଜ, ଭଦ୍ରକ ଅଟୋନୋମସ କଲେଜ ଏବଂ କେନ୍ଦୁଝର ଜିଲାର ରେକୁଟିଆସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ପରିସର ବର୍ତ୍ତମାନ ଜିଓ ଟ୍ରୁ-୫ଜି କ୍ୟାମ୍ପସରେ ପରିଣତ ହୋଇଛି। ବିଶେଷକରି ଉପରୋକ୍ତ ଶିକ୍ଷାନୁଷ୍ଠାନଗୁଡିକରେ ଅନୁଷ୍ଠିତ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓ ପକ୍ଷରୁ ଛାତ୍ରୀଛାତ୍ର,ଶିକ୍ଷୟିତ୍ରୀଶିକ୍ଷକ ଏବଂ କର୍ତ୍ତୃପକ୍ଷଙ୍କୁ ୫ଜି ସେବା ସମ୍ପର୍କିତ ବିସ୍ତୃତ ସୂଚନା ଓ ବିଭିନ୍ନ ବ୍ୟବହାରିକ ପ୍ରୟୋଗ ପ୍ରଦର୍ଶିତ କରାଯାଇଥିଲା। ସେହିଭଳି ଛାତ୍ରୀଛାତ୍ରମାନଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଜିଓ ଓଡ଼ିଶା ଟିମ୍‌ ପକ୍ଷରୁ ଟ୍ରୁ-୫ଜିର ବହୁ ମୁଖୀ ଲାଭ ଓ ସମ୍ଭାବନାକୁ ଉପସ୍ଥାପନ କରାଯାଇଥିଲା ଏବଂ ଡିଜିଟାଲ ଶିକ୍ଷାଦାନରେ ବିପ୍ଳବ ଆଣିବା, ନବସୃଜନ, ସହଯୋଗିତା ଓ ଜ୍ଞାନ ପ୍ରଦାନର ପରିବେଶକୁ ସୁଦୃଢ଼ କରିବା ଦିଗରେ ରହିଥିବା ବ୍ୟାପକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରି ଟ୍ରୁ-୫ଜିର ରୂପାନ୍ତରଣ ସମ୍ଭାବନା ବିଷୟରେ ବର୍ଣ୍ଣନା କରାଯାଇଥିଲା। ଏପରିକି ବିଭିନ୍ନ କ୍ଷେତ୍ରରେ ୫ଜିର ବିଭିନ୍ନ ବ୍ୟବହାରିକ ପ୍ରୟୋଗ ଭିଡିଓ ମାଧ୍ୟମରେ ସିଧାସଳଖ ଛାତ୍ରୀଛାତ୍ରମାନଙ୍କୁ ପ୍ରଦର୍ଶନ କରାଯାଇଥିଲା ଏବଂ ଇ-ଗଭର୍ନାନ୍ସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଗେମିଂ, ସ୍ବାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ୫ଜିର ରହିଥିବା ବ୍ୟାପକ ଅଭିବୃଦ୍ଧି ସୁଯୋଗ ବିଷୟରେ ଅବଗତ କରାଯାଇଥିଲା।

Share