Categories: ବାଣିଜ୍ୟ

ଓଡ଼ିଶାର ୧୦ ସହରରେ ଜିଓ ଟ୍ରୁ ୫ଜି ସେବା

ନୂଆଦିଲ୍ଲୀ,୨୫ା୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଓଡ଼ିଶାର ଆଉ ୬ ଟି ସହରରେ ଜିଓ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରିଥିବା ଜଣାପଡ଼ିଛି। ଏପରିକି ରାଜ୍ୟର ମୋଟ ୧୦ଟି ସହରରେ ଏହି ସେବା ଉପଲବ୍ଧ ହେଉଛି। ବିଶେଷକରି ଜିଓ ଟ୍ରୁ ୫ଜି ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ ଏବଂ ସମ୍ବଲପୁର ଭଳି ସହରରେ ଆରମ୍ଭ ହୋଇଛି। ପୂର୍ବରୁ ଜିଓ ଟ୍ରୁ ୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁର ସହରରେ ପ୍ରଚଳନ କରାଯାଇସାରିଛି। ସେହିଭଳି ଦେଶର ୫୦ଟି ସହରରେ ସର୍ବବୃହତ୍‌ ଟ୍ରୁ ୫ଜି ସେବା ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ଦେଶର ମୋଟ ୧୮୪ ସହରରେ ଜିଓ ବ୍ୟବହାରକାରୀ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଭୋଗ କରୁଛନ୍ତି। ଏଥିମଧ୍ୟରୁ ଅଧିକାଂଶ ସହରରେ ରିଲାଏନ୍ସ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ୫ଜି ସେବା ପ୍ରଚଳନ କରିଛି। ଏ ସମ୍ପର୍କରେ ଜିଓର ମୁଖପାତ୍ର କହିଛନ୍ତି, ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଉ ୫୦ଟି ସହରରେ ଜିଓ ଟ୍ରୁ ୫ଜି ସେବା ପ୍ରଚଳନ କରିବା ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ ଅଛୁ ଏବଂ ଏଥିସହିତ ଦେଶର ମୋଟ ୧୮୪ ସହରରେ ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି। ଏହା ଏପର୍ଯ୍ୟନ୍ତ କେବଳ ଭାରତ ନୁହେଁ, ପୃଥିବୀର ଯେକାୈଣସି ସ୍ଥାନରେ ଅନ୍ୟତମ ସର୍ବବୃହତ୍‌ ୫ଜି ସେବା ପ୍ରଚଳନ ହୋଇଛି।

Share