ଗ୍ରାହକଙ୍କୁ ଜିଓର ନୂଆବର୍ଷ ଭେଟି: ପହିଲାରୁ ସମସ୍ତ ନେଟଓ୍ବାର୍କକୁ କରିପାରିବେ ମାଗଣା କଲ୍‌

ନୂଆଦିଲ୍ଲୀ,୩୧।୧୨: ଗ୍ରାହକମାନଙ୍କ ପାଇଁ ନୂଆବର୍ଷର ଭେଟି ଆଣିଛି ଜିଓ। ଜାନୁଆରୀ ପହିଲାରୁ ଜିଓରୁ ଅନ୍ୟ ସମସ୍ତ ନେଟଓ୍ବାର୍କକୁ କଲ୍‌ କଲେ ଆଉ ଦେୟ ଦେବାକୁ ପଡ଼ିବ ନାହିଁ। ଏହା ମାଗଣା ହୋଇଯିବ। ପୂର୍ବରୁ ଅଫ୍‌ନେଟ କଲ ମାଗଣା ରହିଥିଲା। ଏବେ ଭଏସ୍‌ କଲ୍‌ ପାଇଁ ମଧ୍ୟ ଟଙ୍କା ଗଣିବାକୁ ପଡ଼ିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଜିଓ କହିଛି, ଟ୍ରାଇର ଆଦେଶ ଅନୁସାରେ ଏହି ଚାର୍ଜ ବନ୍ଦ କରାଯାଇଛି। ୨୦୧୯ ସେପ୍ଟେମ୍ବରଠାରୁ ଜିଓରୁ ଅନ୍ୟ ନେଟଓ୍ବାର୍କକୁ କଲ୍‌ କରିବାକୁ ନେଇ ଟଙ୍କା ନେବା ଆରମ୍ଭ କରିଥିଲା। ମାଗଣା ଅଫ୍‌ନେଟ୍‌ କଲିଂର ଅର୍ଥ ବିନା ପ୍ୟାକ୍‌ରେ ବ୍ୟବହାରକାରୀ କଲ୍‌ କରିପାରିବେ। ପ୍ଲାନ୍‌ ଭାଲିଡିଟି ଭିତରେ କୌଣସି ପ୍ରକାର କଲିଂର ଦେୟ ଦେବାକୁ ପଡ଼ିବ ନାହିଁ। ବିଶେଷକରି କମ୍ପାନୀ ଆଇୟୁସି ଚାର୍ଜ ହଟାଇଦେଇଛି। ତେବେ ଅନ୍ୟ କମ୍ପାନୀମାନେ ଏହାକୁ ହଟାଇବା ପରେ ପ୍ୟାକ୍‌ ଶସ୍ତା ହେବ।

ମାଗଣା ଭଏସ୍‌ କଲିଂର ସୁବିଧା ଥିବା ପ୍ଲାନର ମୂଲ୍ୟ ୧୨୯ରୁ ଆରମ୍ଭ ହେଉଛି। କେବଳ ଡାଟା ପାଇଁ ଗ୍ରାହକ ପଇସା ଦେବେ। ମାତ୍ର କଲିଂ ପାଇଁ କୌଣସି ଦେୟ ଦେବାକୁ ହେବନାହିଁ। ଏଥିପାଇଁ କେବଳ ଭାଲିଡିଟି ଥିବା ଆବଶ୍ୟକ। ଏବେ ୧୨୯ ଟଙ୍କାର ପ୍ୟାକ୍‌ରେ ଜିଓ ୨ ଜିବି ଡାଟା ଏବଂ ୨୮ ଦିନର ଭାଲିଡିଟି ଦେଉଛି। ଏହାଛଡ଼ା ୧୪୯ ଟଙ୍କାର ପ୍ୟାକ୍‌ରେ ୨୪ ଦିନର ଭାଲିଡିଟି ସହ ପ୍ରତ୍ୟେହ ୧ ଜିବି ଡାଟା ମିଳୁଛି। ୧୯୯ ପ୍ଲାନରେ ପ୍ରତ୍ୟେହ ୧.୫ ଜିବି ଡାଟା ମିଳୁଛି। ଏହାର ଭାଲିଡିଟି ୨୮ ଦିନ ରହିଛି। ସେହିଭଳି ୫୫୫ଟଙ୍କାର ପ୍ଲାନରେ ୮୪ ଦିନର ଭାଲିଡିଟି ଏବଂ ପ୍ରତ୍ୟେହ ୧.୫ ଜିବି ଡାଟା ଗ୍ରାହକଙ୍କୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ହୋଇଗଲା X, ମସ୍କଙ୍କ ଠାରୁ 28,23,43,71,00,00ଟଙ୍କାରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୩୦।୩: ଏଲନ ମସ୍କ ତାଙ୍କ ନିଷ୍ପତ୍ତିରେ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦିଅନ୍ତି, ଏହା ତାଙ୍କର ପୁରୁଣା ଅଭ୍ୟାସ। ଏଥର ମଧ୍ୟ ସେ ଏପରି ଏକ ନିଷ୍ପତ୍ତି...

ପ୍ରଥମ ବ୍ୟବସାୟରେ ବିଫଳତା ହତୋତ୍ସାହିତ କରିପାରି ନ ଥିଲା

୧୯୬୭ରେ ଜନ୍ମ ହୋଇଥିଲେ ଭୁବନେଶ୍ୱରରେ ଗୀତାଞ୍ଜଳି ଆଓ୍ବାର୍ଡସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କ୍ରିଷ୍ଣମୋହନ ଟାଟା। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ସରିବା ପରେ ପରିବାର ଲୋକେ ଚାହଁୁଥିଲେ...

Air Cooler: କୁଲର୍‌ କେତେ ପ୍ରକାରର? ଏବେ କିଣିବାକୁ ଭାବୁଥିଲେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି । ଦିନକୁ ଦିନ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଥିବା ଯୋଗୁ ଘରେ କୁଲର ଏବଂ ଏସି ଆରମ୍ଭ...

ଧନୀ କରିଦେବ ଏହି ସରକାରୀ ଯୋଜନା, ମାତ୍ର ଏତିକି ଟଙ୍କା ଜମା କଲେ ହୋଇଯିବେ କୋଟିପତି

ନୂଆଦିଲ୍ଲୀ,୨୯।୩: ଯେତେବେଳେ ସଞ୍ଚୟ କରିବା କଥା ଆସେ, ଲୋକମାନେ ପ୍ରାୟତଃ ଏପରି ସ୍ଥାନରେ ସେମାନଙ୍କର ଟଙ୍କା ନିବେଶ କରନ୍ତି ଯେଉଁଠାରେ ସେମାନେ ଭଲ ଲାଭ ପାଇପାରିବେ।...

ବଜାରରେ ରୟାଲ ଏନ୍‌ଫିଲ୍ଡର ଅଲ୍‌

ନୂଆଦିଲ୍ଲୀ,୨୯।୩ (ଅଭୟ ଦାଶ): ରୟାଲ ଏନ୍‌ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ କ୍ଲାସିକ୍‌ ୬୫୦ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି।...

ମେଡିକାଲ ଶିକ୍ଷା ତାଲିମରେ ନିବେଶ କରାଯିବା ଉଚିତ

ମୟୂରଭଞ୍ଜ ଜିଲାର ଏକ ଛୋଟ ଗଁା ଧଙ୍ଗୁଡ଼ିଶୋଳରେ ଜନ୍ମିତ ଡ. ଲୋକନାଥ ଦାଶ ବର୍ତ୍ତମାନ କେୟାର ହସ୍ପିଟାଲର ଆସୋସିଏଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ଭଳି ଗୁରୁଦାୟିତ୍ୱ ତୁଲାଉଛନ୍ତି।...

ହୁ ହୁ ହୋଇ ବଢୁଛି ସୁନା ଦର: ୯୨ ହଜାର ଟପିଲା

ନୂଆଦିଲ୍ଲୀ,୨୯ା୩:ସୁନା ଦର ଶୁକ୍ରବାର ୧୦ ଗ୍ରାମ୍‌ ପ୍ରତି ୧,୧୦୦ ଟଙ୍କା ବୃଦ୍ଧି ପାଇ ଜାତୀୟ ରାଜଧାନୀରେ ୯୨,୧୫୦ ଟଙ୍କାରେ ପହଞ୍ଚତ୍ଛି। ବିଦେଶୀ ବଜାରରେ ସୁନା ଦର...

Gold Rate Today: ପୁଣି ମହଙ୍ଗା ହେଲା ସୁନା: ୯୦ ହଜାର ଟପିଲା

ମୁମ୍ବାଇ,୨୮।୩: ସପ୍ତାହର ଶେଷ ବ୍ୟବସାୟ ଦିନ ଶୁକ୍ରବାର ଭାରତୀୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହେଉଛି। ବଜାରର ମୁଖ୍ୟ ସୂଚକାଙ୍କ ସେନସେକ୍ସ ପ୍ରାୟ ୧୫୦ ପଏଣ୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image