Categories: ବାଣିଜ୍ୟ

ଆରମ୍ଭ ହେଲା ‘ଜିଓ ଭାରତ ୪ଜି’ ଫୋନର ବିକ୍ରି, ମୂଲ୍ୟ ୧୦୦୦ଟଙ୍କାରୁ କମ୍‌…

ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଜିଓ ଏହାର ନୂତନ ଉତ୍ପାଦ ଜିଓଭାରତ ୪ଜି ଫୋନ୍‌ ବଜାରକୁ ଆଣିଛି। ସୋମବାରଠାରୁ ଏହାର ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ୍‌ ଇଣ୍ଟରନେଟ୍‌ ବ୍ୟବହାର ସହ ହଜାର ହଜାର ଫିଚର ଫୋନ୍‌ ବ୍ୟବହାରକାରୀଙ୍କୁ ୨ଜିରୁ ୪ଜିକୁ ଆସିବା ଲାଗି ଏକ ବିକଳ୍ପ ଦେବ। ଫୋନ୍‌କୁ ମାତ୍ର ୯୯୯ ଟଙ୍କାରେ କିଣିହେବ।

ଫୋନର ସୁବିଧା ବିଷୟରେ କଥାହେଲେ, ଏଥିରେ ୧.୭୭ଇଞ୍ଚର ଡିସ୍‌ପ୍ଲେ ଏବଂ ୩.୫ ମିମିର ହେଡଫୋନ ଜ୍ୟାକ୍‌, ଏଲ୍‌ଇଡି ଫ୍ଲାସ, ୦.୩ଏମ୍‌ପି କ୍ୟାମେରା ଏବଂ ୧୦୦୦ଏମ୍‌ଏଏଚ୍‌ ବ୍ୟାଟେରୀ ରହିଛି। ଏହାଛଡ଼ା ଫୋନ୍‌ରେ ୟୁପିଆଇ ଫିଚର ରହିବ। କ୍ୟାମେରା ଏବଂ ଜିଓସିନେମାରେ ମନୋରଞ୍ଜନ କରିହେବ।

Share