ଜିଓ ଭାରତ ୪ଜି ଜରିଆରେ ବୈପ୍ଳବିକ ପରିବର୍ତ୍ତନ

ମୁମ୍ବାଇ,୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ (ଜିଓ)ର ବହୁ ପ୍ରତୀକ୍ଷିତ କିପ୍ୟାଡ୍‌ ସ୍ମାର୍ଟଫୋନ୍‌ ଜିଓ ଭାରତ ୪ଜି ଘରୋଇ ବଜାରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ରିପୋର୍ଟ-୨୦୨୪ ରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏପରିକି ଭାରତର ସବୁଠାରୁ ସୁଲଭ କିପ୍ୟାଡ୍‌ ସ୍ମାର୍ଟଫୋନ୍‌ ଜିଓ ଭାରତ ୪ଜି ୧୦୦୦ଟଙ୍କାରୁ କମ୍‌ ବର୍ଗରେ ୫୦%ର ବଜାର ଅଂଶ ହାସଲ କରିଛି। ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ସେବାରେ ସଶକ୍ତ କରିବା ଲକ୍ଷ୍ୟରେ ଉନ୍ମୋଚିତ ହୋଇଥିବା ଜିଓ ଭାରତ ଦେଶର ୨୫ କୋଟି ଫିଚର ଫୋନ ବ୍ୟବହାରକାରୀଙ୍କ ପାଇଁ ଡିଜିଟାଲ ସ୍ବାଧୀନତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଲଟିଛି। ସେହିଭଳି ଜିଓ ଭାରତ ୪ଜି ଫୋନ୍‌ ଉନ୍ମୋଚିତ ହେବା ପରଠାରୁ ୟୁପିଆଇ, ଜିଓ ସିନେମା ଏବଂ ଜିଓଟିଭି ଭଳି ସୁବିଧା ଓ ଡିଜିଟାଲ ସାମର୍ଥ୍ୟ ପ୍ରଦାନ ସହ ସାଧାରଣ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହୋଇଛି। ଫଳରେ ସମାଜର ବିଭିନ୍ନ ବର୍ଗ ଅଧିକ ସଫଳତା ହାସଲ କରିପାରିଛନ୍ତି। ଏହି ଅତ୍ୟାଧୁନିକ ସୁଲଭ ଡିଭାଇସ୍‌ କେବଳ ଉପଭୋକ୍ତାଙ୍କୁ ସ୍ମାର୍ଟଫୋନ୍‌ କ୍ଷମତା ପ୍ରଦାନ କରିନାହିଁ ବରଂ ଉଚ୍ଚ ଗୁଣବତ୍ତା ଏବଂ ସୁଲଭ ଡାଟା ମଧ୍ୟ ପ୍ରଦାନ କରୁଛି, ଯାହା ସାଧାରଣ ଲୋକଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରିଛି।
ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆରଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବାର୍ଷିକ ରିପୋର୍ଟରେ କମ୍ପାନୀର ଶେୟାରହୋଲ୍ଡରମାନଙ୍କୁ ଜଣାଇଛନ୍ତି, ଜିଓଭାରତ ଫୋନ୍‌ର ଶୁଭାରମ୍ଭ ଦେଶର ଡିଜିଟାଲ ବୈଷମ୍ୟକୁ ଦୂରକରିବା ଦିଗରେ ଆଉ ଏକ ବୈପ୍ଳବିକ ପଦକ୍ଷେପ ପାଲଟିଛି। ଏପରିକି ଫିଚର ଫୋନର ମୂଲ୍ୟରେ ଗ୍ରାହକ ଜିଓଭାରତ ୪ଜି ସ୍ମାର୍ଟଫୋନ ପାଇଛନ୍ତି। ୨ଜି ମୁକ୍ତ ଭାରତ ସ୍ବପ୍ନକୁ ସାକାର କରିବାରେ ବେଶ୍‌ ସହାୟକ ହେବ। ନିକଟରେ ଶିଳ୍ପବ୍ୟାପୀ ଶୁଳ୍କ ବୃଦ୍ଧି ସତ୍ତ୍ୱେ ଜିଓ ଭାରତ ୪ଜି ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଜିଓ ପୂର୍ବଭଳି ଦର ବଜାୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅର୍ଥନୈତିକ ଅଭିବୃଦ୍ଧି ସହ ଭାରତର ଉତ୍ଥାନ ହେଉଛି’

ଭୁବନେଶ୍ୱର,୨୨ା୧୦(ଅନୁରାଧା ମହାରଣା): ୭% ଜିଡିପି ଅଭିବୃଦ୍ଧି ଏବଂ ୧,୫୧,୦୦୦ରୁ ଅଧିକ ଷ୍ଟାର୍ଟଅପ୍‌ ସହିତ ଭାରତ ଏହାର ଅର୍ଥନୀତିକୁ ନୂଆରୂପ ଦେବାକୁ ଯାଉଛି। ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ...

ଶେୟାର ବଜାର କାରବାରରେ ହ୍ରାସ

ମୁମ୍ବାଇ,୨୨।୧୦: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ଅଭ୍ୟୁଦୟ ଆଇସିସିର ନୂଆ ସଭାପତି

ନୂଆଦିଲ୍ଲୀ,୨୨।୧୦: ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ନୂତନ ସଭାପତି ଭାବେ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ମନୋନୀତ ହୋଇଛନ୍ତି। ଏପରିକି...

ଆଇଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୨୨।୧୦ (ଅଭୟ ଦାଶ): ଆଇଡେଷ୍ଟିନି (ଆପଲ୍‌ ଅଥରାଇଜଡ ରିସେଲର ଷ୍ଟୋର) ର ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶାରେ କେବଳ ଗୋଟିଏ ନୁହେଁ,...

ସପିଂରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାର

ମୁମ୍ବାଇ,୨୨।୧୦: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ଭିନ୍ନ ଭିନ୍ନ ବର୍ଗର ସପିଂରେ କରିବାକୁ ଯାଉଛି।...

ଭାଙ୍ଗିଲା ଟାଟା ଗ୍ରୁପର ଏହି ପୁରୁଣା ପରମ୍ପରା! ନୋଏଲ ଆସିବା ପରେ ହେଲା ପରିବର୍ତ୍ତନ

ମୁମ୍ବାଇ.୨୧।୧୦: ରତନ ଟାଟାଙ୍କ ମୃତ୍ୟୁ ପରେ ଟାଟା ଟ୍ରଷ୍ଟ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଲାଇଭ ମିଣ୍ଟ ରିପୋର୍ଟ ଅନୁଯାୟୀ, ସାର୍‌ ରତନ...

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟବୀମାରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦ା୧୦: ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ସମ୍ପୂର୍ଣ୍ଣ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଛି । ଜିଏସ୍‌ଟି ପରିଷଦକୁ ସୁପାରିଶ କରାଯାଇଥିବା...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri