Categories: ବାଣିଜ୍ୟ

ଶୀଘ୍ର ବିତରଣ ସେବା ‘ଏକ୍ସପ୍ରେସ୍‌’କୁ ବନ୍ଦ କଲା ଜିଓ ମାର୍ଟ

ନୂଆଦିଲ୍ଲୀ,୧୫: ରିଲାଏନ୍ସ ରିଟେଲର ଏକ ନିଷ୍ପତ୍ତି ଜିଓ ମାର୍ଟର ଗ୍ରାହକଙ୍କୁ ଚକିତ କରିଛି। ଜିଓ ମାର୍ଟ ଏହାର ଶୀଘ୍ର ବିତରଣ ସେବା ‘ଏକ୍ସପ୍ରେସ’କୁ ବନ୍ଦ କରିବାକୁ ଘୋଷଣା କରିଛି। ଏହି ଆପ୍‌ ମାଧ୍ୟମରେ ତୁରନ୍ତ ସାମଗ୍ରୀ ମଗାଉଥିବା ଗ୍ରାହକଙ୍କ ପାଇଁ ଏହା ଖୁସି ଖବର ନୁହେଁ।

ଗତ ବର୍ଷ ମାର୍ଚ୍ଚରେ ଜିଓ ମାର୍ଟର ‘ଏକ୍ସପ୍ରେସ୍‌’ ସେବା ଆରମ୍ଭ କରାଯାଇଥିଲା। ଏହା ମାଧ୍ୟମରେ ଗ୍ରାହକମାନେ ମାତ୍ର ୯୦ ମିନିଟରେ ସାମଗ୍ରୀ ପାଇ ପାରୁଥିଲେ। ହେଲେ ଏବେ ଗାହକମାନେ ଗୁଗୁଲ ପ୍ଲେ ଷ୍ଟୋର୍‌ରୁ ଜିଓ ମାର୍ଟ ଏକ୍ସପ୍ରେସ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ସମର୍ଥ ହେବେ ନାହିଁ। ଏହାର ଓ୍ବେବ୍‌ସାଇଟ୍‌ ମଧ୍ୟ ସକ୍ରିୟ ନାହିଁ। ଗ୍ରାହକଙ୍କୁ ଏହା ବଦଳରେ ଜିଓମାର୍ଟ ସିଧାସଳଖ ହ୍ବାଟ୍ସଆପ୍‌କୁ ନେଉଛି। ଏହାଦ୍ୱାରା ଗ୍ରାହକ କିଛି ଘଣ୍ଟା ମଧ୍ୟରେ ନଚେତ ପରଦିନ ସାମଗ୍ରୀ ପାଇପାରିବେ। ହେଲେ ଏହା ଏକ୍ସପ୍ରେସ ସେବାଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ପ୍ରଥମେ ଜିଓ ମାର୍ଟ ଏକ୍ସପ୍ରେସ ନାଭି ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଆରମ୍ଭ କରାଯାଇଥିଲା। କମ୍ପାନୀ ଏହାକୁ ୨୦୦ ସହରକୁ ବିସ୍ତାର କରିବାକୁ ଯୋଜନା କରିଥିଲା।

Share