Categories: ବାଣିଜ୍ୟ

ଓଡ଼ିଶାରେ ଜିଓର ୭୭୫୬-୫ଜି ବିଟିଏସ୍‌

ଭୁବନେଶ୍ୱର ,୨୭।୭: ଦେଶର ପ୍ରମୁଖ ୫ଜି ଟେଲିକମ୍‌ କମ୍ପାନୀଗୁଡିକ ୨୦୨୩ ଜୁଲାଇ ୭ ସୁଦ୍ଧା ମୋଟ ୨,୮୧,୯୪୮ଟି ୫ଜି ବିଟିଏସ୍‌ ସ୍ଥାପନ କରିଥିବା ଦୂରସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବୁଧବାର ସଂସଦରେ ଏ ନେଇ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଛି। ୨୦୨୩ ଜୁଲାଇ ୭ ସୁଦ୍ଧା ସାରା ଦେଶରେ ମୋଟ ୨,୮୧,୯୪୮ଟି ୫ଜି ବିଟିଏସ୍‌ ମୁତୟନ କରାଯାଇଥିବା ବେଳେ ସେଥି ମଧ୍ୟରୁ ରିଲାଏନ୍ସ ଜିଓ ୨,୨୮,୬୮୯ଟି ୫ଜି ବିଟିଏସ୍‌ ମୁତୟନ କରିଛି। ବିଶେଷକରି ଦେଶରେ ମୁତୟନ ହୋଇଥିବା ମୋଟ ୫ଜି ବିଟିଏସ୍‌ ସଂଖ୍ୟାରେ ଜିଓର ଏକାକୀ ୮୧%ରୁ ଅଧିକ ଯୋଗଦାନ ରହିଛି।

ଅପରପକ୍ଷରେ ଭାରତୀ ଏୟାରଟେଲ୍‌ର ମାତ୍ର ୫୨,୨୨୩ଟି ୫ଜି ବିଟିଏସ୍‌ ସ୍ଥାପନ କରିଥିବା ଉକ୍ତ ସୂଚନାରୁ ଜଣାପଡ଼ିଛି। ଅପରପକ୍ଷରେ ଦୂରସଞ୍ଚାର ବିଭାଗ ଦ୍ୱାରା ପ୍ରଦତ୍ତ ୫ଜି ବିଟିଏସ୍‌ ମୁତୟନ ତଥ୍ୟ ଅନୁଯାୟୀ ୨୦୨୩ ଜୁଲାଇ ୭ ସୁଦ୍ଧା ଓଡ଼ିଶାରେ ମୋଟ ୭,୭୫୬ଟି ୫ଜି ବିଟିଏସ୍‌ ବିଭିନ୍ନ ଜିଲାରେ ମୁତୟନ କରାଯାଇଛି। ସେଥିମଧ୍ୟରୁ ଜିଓର ୬୩୪୫ଟି ୫ଜି ବିଟିଏସ୍‌ ରହିଥିବା ବେଳେ ଏୟାରଟେଲ୍‌ର ୧୪୧୧ଟି ୫ଜି ବିଟିଏସ୍‌ ସାମିଲ କରିଛି। ଏପରିକି ଏକମାତ୍ର ଟେଲିକମ୍‌ ଅପରେଟର ଭାବେ ରିଲାଏନ୍ସ ଜିଓ ଓଡ଼ିଶାର ସମସ୍ତ ଜିଲାରେ ୫ଜି ନେଟ୍‌ୱାର୍କ ଉପଲବ୍ଧ କରାଇଥିବା ଉକ୍ତ ତଥ୍ୟରୁ ଜଣାପଡିଛି।

ସେହିଭଳି ଜିଲା ହିସାବରେ ଖୋର୍ଦ୍ଧା ଜିଲା ସର୍ବାଧିକ ୧୩୫୬ଟି ୫ଜି ବିଟିଏସ୍‌ ମୁତୟନ ହୋଇଥିବା ବେଳେ ଏଥିରେ ଜିଓର ୧୧୨୪ ଏବଂ ଏୟାରଟେଲର ୨୩୨ ଟି ୫ଜି ବିଟିଏସ୍‌ ରହିଛି। ସେହିପରି ଦେଓଗଡ ଜିଲାରେ ସର୍ବନିମ୍ନ ବିଟିଏସ୍‌ ୍‌ମୁତୟନ ହୋଇଛି। ଦେଓଗଡ଼ରେ ମୋଟ ୩୧ଟି ୫ଜି ବିଟିଏ୍‌ସ ମଧ୍ୟରୁ ଜିଓର ସର୍ବାଧିକ ୨୪ଟି ୫ଜି ବିଟିଏସ୍‌ ରହିଥିବା ବେଳେ ଏୟାରଟେଲ୍‌ର ୭ଟି ୫ଜି ବିଟିଏସ୍‌ ରହିଛି। ସଂସଦର ମୌସୁମୀ ଅଧିବେଶନରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଦୂରସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂ ଚୌହାନ ଉପରୋକ୍ତ ତଥ୍ୟ ପ୍ରଦାନ କରିଛନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଲା ଅନୁଯାୟୀ ୫ଜି ନେଟ୍‌ୱାର୍କ ମୁତୟନର ତଥ୍ୟ ପ୍ରଦାନ କରାଯାଇଛି।

ଉକ୍ତ ସୂଚନା ଅନୁସାରେ ଦେଶର ରାଜଧାନୀ ଦିଲ୍ଲୀରେ ମୁତୟନ ହୋଇଥିବା ୧୦,୫୩୨ଟି ୫ଜି ବିଟିଏସ୍‌ ମଧ୍ୟରୁ ଜିଓ ୮୨୦୪ ଟି ୫ଜି ବିଟିଏସ ମୁତୟନ କରିଥିବା ବେଳେ ଏୟାରଟେଲ ମାତ୍ର ୨୩୧୦ଟି ୫ଜି ବିଟିଏସ୍‌ ମୁତୟନ କରିଛି। ସେହିଭଳି ମୁମ୍ବାଇରେ ମଧ୍ୟ ଜିଓ ଏୟାରଟେଲଠାରୁ ବେଶ୍‌ ଆଗରେ ରହିଛି। ବିଭାଗ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ମୁମ୍ବାଇରେ ମୁତୟନ ହୋଇଥିବା ମୋଟ ୫୧୬୭ ଟି ୫ଜି ବିଟିଏସ୍‌ ମଧ୍ୟରୁ ୩୯୫୩ଟି ଜିଓର ହୋଇଥିବା ବେଳେ ଏୟାରଟେଲର ୧୨୧୪ଟି ରହିଛି।

Share