Categories: ବାଣିଜ୍ୟ

ଗ୍ରାମାଞ୍ଚଳରେ ଜିଓର ଡିଜିଟାଲ୍‌ କ୍ରାନ୍ତି

ମୁମ୍ବାଇ, ୫।୮: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାର ଗ୍ରାମାଞ୍ଚଳରେ ଜିଓ ବ୍ରାଣ୍ଡ୍‌ର ଡିଜିଟାଲ୍‌ କ୍ରାନ୍ତି ଆଣିଛି। ଏପରିକି ଓଡ଼ିଶାର ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଞ୍ଚଳରେ ଡିଜିଟାଲ୍‌ କ୍ରାନ୍ତି ସ୍ବରୂପ ରିଲାଏନ୍ସ ଜିଓ ରାଜ୍ୟର ୩ ଲକ୍ଷରୁ ଅଧିକ ଘର ଏବଂ ପରିସରକୁ ଜିଓ ଫାଇବର ଓ ଜିଓ ଏୟାରଫାଇବର ସେବା ଯୋଗାଇ ଦେଇଛି। ଏହା ମାଧ୍ୟମରେ କମ୍ପାନୀ ରାଜ୍ୟରେ ସର୍ବବୃହତ ସଂଯୋଗ ସ୍ଥାପନ କରି ଏକ ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ ଏବଂ ବିଶ୍ୱସ୍ତରୀୟ ଘରୋଇ ମନୋରଞ୍ଜନ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରିଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ନିକଟରେ ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓ ପ୍ରାୟ ୩ଲକ୍ଷ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କ ସହିତ ହୋମ ବ୍ରଡବ୍ୟାଣ୍ଡ ଏବଂ ଓୟାରଲାଇନ କ୍ଷେତ୍ରରେ ବ୍ରାଣ୍ଡ୍‌ ରାଜ୍ୟରେ ଏକ ନମ୍ବର ସ୍ଥାନ ସୁଦୃଢ କରିଛି। ସେହିଭଳି ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ସମ୍ପ୍ରସାରିତ କରିଛି, କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଞ୍ଚଳର ଶେଷ ମାଇଲ୍‌ ଅପ୍ଟିକାଲ୍‌-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରିଛି। ଏପରିକି ଜିଓ ଏୟାରଫାଇବର ୮୦୦ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍‌, ସ୍ମାର୍ଟ ହୋମ୍‌ ସେବା ଏବଂ ହାଇ ସ୍ପିଡ୍‌ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି। କେବଳ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ନୁହେଁ,ଓଡ଼ିଶାର ସମସ୍ତ ସହର ତଥା ଦ୍ରୁତ ଗତିରେ ବିସ୍ତାରିତ ହେଉଥିବା ସହର ଉପକଣ୍ଠ ଅଞ୍ଚଳରେ ହଜାର ହଜାର ଗ୍ରାହକ ବର୍ତ୍ତମାନ ଜିଓ ଏୟାରଫାଇବର ସେବାକୁ ଆପଣାଉଛନ୍ତି। ଏପରିକି ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଜିଓର ଫ୍ରିଡମ୍‌ ଅଫରରେ ଜିଓ ନୂତନ ଏୟାର ଫାଇବର ଗ୍ରାହକଙ୍କୁ ୧୦୦୦ ଟଙ୍କା ଇନଷ୍ଟାଲେଶନ ଚାର୍ଜ ଛାଡ ମାଧ୍ୟମରେ ନୂତନ ସଂଯୋଗ ଉପରେ ୩୦% ରିହାତି ପ୍ରଦାନ କରୁଛି। ଏହି ସୀମିତ ଅବଧି ଉତ୍ସବ ଅଫର ୨୦୨୪ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୈଧ ରହିଛି।

Share