Categories: ବାଣିଜ୍ୟ

ଶୀର୍ଷରେ ଜିଓର ଡାଉନ୍‌ଲୋଡ୍‌ ସ୍ପିଡ୍‌

ନୂଆଦିଲ୍ଲୀ,୧୪।୪: ରିଲାଏନ୍ସ ଜିଓ ୫ଜି ଗ୍ରାହକମାନଙ୍କୁ ହାଇ ସ୍ପିଡ୍‌ ଡାଟା ପ୍ରଦାନ କରୁଛି। ଜିଓ ଗ୍ରାହକଙ୍କୁ ହାରାହାରି ୩୧୫.୩ ଏମ୍‌ବିପିଏସ୍‌ର ସୁପର ଡାଉନ୍‌ଲୋଡ୍‌ ସ୍ପିଡ୍‌ ମିଳିଛି। ଜିଓ ତୁଳନାରେ ଏୟାରଟେଲ୍‌ ପଛୁଆ ରହିଛି। ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୨୬୧.୨ ଏମ୍‌ବିପିଏସ୍‌ ରହିଛି। ଓପନ୍‌ ସିଗ୍‌ନାଲର ମୋବାଇଲ୍‌ ନେଟ୍‌ୱର୍କ ଏକ୍ସପେରିଏନ୍ସ ରିପୋର୍ଟରେ ଏହା ପ୍ରକାଶ ପାଇଛି। ୫ଜି ସ୍ପିଡ୍‌ ସହିତ ୫ଜି କଭରେଜ୍‌ରେ ମଧ୍ୟ ଜିଓ ନିଜ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍‌ଠାରୁ ପ୍ରାୟ ୩ ଗୁଣା ଆଗରେ ରହିଛି। ଜିଓ ଗ୍ରାହକମାନେ ୩୨.୫% ସମୟ ୫ଜି ନେଟ୍‌ୱର୍କରେ ବିତାଉଥିବା ବେଳେ ଏୟାରଟେଲ୍‌ ଗ୍ରାହକମାନେ ମାତ୍ର ୧୧.୪% ସମୟ ବିତାଉଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯେହେତୁ ଗ୍ରାହକମାନେ ଏବେ ଉଭୟ ୪ଜି ଓ ୫ଜି ନେଟ୍‌ୱର୍କରେ ସମୟ ବିତାଉଛନ୍ତି ତେଣୁ, ଓପନ୍‌ ସିଗ୍‌ନାଲ୍‌ ପକ୍ଷରୁ କଭରେଜ୍‌ ମାପିବା ଲାଗି ଗ୍ରାହକମାନଙ୍କ ୫ଜି ନେଟ୍‌ୱର୍କରେ ବିତାଇଥିବା ସମୟ ବିଚାରକୁ ନିଆଯାଇଛି। ଓପନ୍‌ ସିଗ୍‌ନାଲ ରିପୋର୍ଟରେ ପ୍ରକାଶ ପାଇଛି ଯେ ଜିଓ ଏହାର ୫ଜି ନେଟ୍‌ୱର୍କକୁ ଅତି ଦ୍ରୁତ ଗତିରେ ବଢ଼ାଉଛି। ଜିଓ ବହୁ ସଂଖ୍ୟକ ଟାୱାରରେ ୫ଜି ଉପକରଣ ଲଗାଉଛି। ଏହାର ୫ଜି ନେଟ୍‌ୱର୍କର ଉପସ୍ଥିତି ମଧ୍ୟ ବହୁତ ବଢ଼ିଛି।

Share