Categories: ବାଣିଜ୍ୟ

ସେପ୍ଟେମ୍ବରରେ ଜିଓର ସର୍ବାଧିକ ଗ୍ରାହକ ସଂଯୋଗ

ଭୁବନେଶ୍ୱର,୨୧।୧୨: ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଉପଭୋକ୍ତା ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ୨୦୨୩ ସେପ୍ଟେମ୍ବରରେ ସର୍ବାଧିକ ସଂଖ୍ୟକ ନୂତନ ମୋବାଇଲ୍‌ ଗ୍ରାହକ ସଂଯୋଗ ପ୍ରଦାନ କରିଛି। ଏପରିକି ୨୦୨୩ ସେପ୍ଟେମ୍ବରରେ ନୂତନ ମୋବାଇଲ ଗ୍ରାହକ ଯୋଡ଼ିବାରେ ଜିଓ ଓଡ଼ିଶାର ଏକମାତ୍ର ସେବା ପ୍ରଦାନକାରୀ ହୋଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ବିଶେଷକରି ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଜିଓ ସେପ୍ଟେମ୍ବରରେ ପ୍ରାୟ ୯୮,୦୦୦ ରୁ ଅଧିକ ନୂଆ ମୋବାଇଲ୍‌ ଗ୍ରାହକ ଓଡ଼ିଶାରେ ଯୋଡ଼ିଥିବା ବେଳେ ଏୟାରଟେଲ,ବିଏସ୍‌ଏନ୍‌ଏଲ୍‌ ଏବଂ ୱି ଭଳି କମ୍ପାନୀ ଏହି ସମୟ ମଧ୍ୟରେ ହଜାର ହଜାର ଗ୍ରାହକ ହରାଇଛନ୍ତି। ସେହିପରି ୨୦୨୩ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ଜିଓର ପ୍ରାୟ ୧.୪୫ କୋଟି ମୋବାଇଲ ଗ୍ରାହକ ଏବଂ ୨.୪୫ ଲକ୍ଷ ଜିଓଫାଇବର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ଉପଭୋକ୍ତା ରହିଥିବା ଉକ୍ତ ତଥରେ ପ୍ରକାଶ ପାଇଛି। ଏପରିକି ଉଭୟ ଓୟାରଲେସ୍‌ ଏବଂ ଓୟାରଲାଇନ୍‌ କ୍ଷେତ୍ରରେ ଜିଓ ରାଜ୍ୟରେ ନିଜର ୧ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି। ତେବେ ଜିଓ ବ୍ୟତୀତ ଅନ୍ୟ ସମସ୍ତ ସେବା ପ୍ରଦାନକାରୀ ସେପ୍ଟେମ୍ବରରେ ଗ୍ରାହକ ହରାଇବା ଫଳରେ ଓଡ଼ିଶାରେ ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୪ ଲକ୍ଷରୁ ଅଧିକ ହ୍ରାସ ପାଇ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ମୋଟ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୩.୩୨ କୋଟିରେ ପହଞ୍ଚିଥିବା ଜଣାପଡିଛି।

Share