Categories: ବାଣିଜ୍ୟ

ଜିଓର ନିଟ୍‌ ଲାଭ ୧୮୩% ବଢିଲା

ମୁମ୍ବାଇ,୩୧।୭ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଏହାର ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ପ୍ରଥମ ତ୍ରୈମାସରେ ରିଲାଏନ୍ସର ନିଟ୍‌ ଲାଭ ଗତ ବର୍ଷ ତୁଳନାରେ ୩୦.୬% ବୃଦ୍ଧି ଘଟି ୧୩,୨୪୮ କୋଟି ଛୁଇଁଛି। ଏହି ସମୟରେ ରିଲାଏନ୍ସ ଜିଓର ନିଟ୍‌ ଲାଭ ୧୮୩% ବଢିଥିବା ଜଣାପଡିଛି। ଗତ ବର୍ଷ ସମାନ ତ୍ରୈମାସରେ ଜିଓ ୮୯୧ କୋଟି ଟଙ୍କା ନିଟ୍‌ ଲାଭ ହାସଲ କରିଥଲା। ଚଳିତ ବର୍ଷ ଏପ୍ରିଲ-ଜୁନ ସମୟରେ ଏହା ୨୫୨୦ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ଜିଓର ପରିଚାଳନାଗତ ରାଜସ୍ବ ୩୩.୭% ବଢି ୧୬,୫୫୭ କୋଟି ଟଙ୍କା ରହିଛି। ବର୍ତ୍ତମାନ କମ୍ପାନୀ ନିକଟରେ ୩୯.୮୩ କୋଟି ଗ୍ରାହକ ରହିଛନ୍ତି। ଏହି ତ୍ରୈମାସରେ କମ୍ପାନୀ ୯୯ ଲକ୍ଷ ଗ୍ରାହକ ଯୋଡିଛି। ଏକ ଦୃଢ ଏବଂ ସୁରକ୍ଷିତ ଓ୍ବେରଲେସ ଡିଜିଟାଲ ନେଟଓ୍ବର୍କ ନିର୍ମାଣ କରି ଭାରତୀୟଙ୍କୁ ଡିଜିଟାଲ ସଂଯୋଗର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ରହିଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି।

Share