ଜିଓର ନୂତନ ସୁବିଧା ସାଙ୍ଗକୁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୧୫।୮: ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଜିଓର ୩ସ୍ବତନ୍ତ୍ର ଅଭିଯାନ ସହ ସ୍ବାଧୀନତା ଦିବସ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଭାରତୀୟଙ୍କୁ ଜିଓ ଡିଜିଟାଲ ଜୀବନର ନୂତନ ଲାଭ ପ୍ରଦାନ କରିବ। ବିଶେଷକରି ‘ହର୍‌ ଘର୍‌ ତ୍ରିରଙ୍ଗା, ହର୍‌ ଘର୍‌ ଜିଓ ଫାଇବର’ ଅଭିଯାନ ସହ ପୋଷ୍ଟପେଡ୍‌ ମନୋରଞ୍ଜନ ବୋନାଞ୍ଜା ପ୍ଲାନ୍‌ ଜରିଆରେ ୧୫ଦିନର ଅତିରିକ୍ତ ଲାଭ ମାଗଣାରେ ଉପଲବ୍ଧ। ସେହିଭଳି ୨୯୯୯ ଟଙ୍କା ରିଚାର୍ଜ ପ୍ଲାନ୍‌ରେ ୩୦୦୦ଟଙ୍କା ମୂଲ୍ୟର ଲାଭ ସହ ଜିଓ ସ୍ବାଧୀନତା ଦିବସ ଅଫର ଏବଂ ୭୫୦ ଟଙ୍କାରେ ଏକ ସ୍ବତନ୍ତ୍ର ୯୦ ଦିନିଆ ଅସୀମିତ ପ୍ଲାନ୍‌ ମଧ୍ୟ ସାମିଲ ରହିଛି।
ଅପରପକ୍ଷରେ ଚଳିତ ମାସ ୧୨ରୁ ୧୬ ଅଗଷ୍ଟ ମଧ୍ୟରେ ଜିଓ ଫାଇବର ପୋଷ୍ଟପେଡ୍‌ ମନୋରଞ୍ଜନ ବୋନାଞ୍ଜା ପ୍ଲାନ୍‌ ସହ ଯେଉଁମାନେ ଏକ ନୂଆ ଜିଓଫାଇବର ସଂଯୋଗ କିଣିବେ ସେହି ସମସ୍ତ ନୂଆ ଗ୍ରାହକଙ୍କ ପାଇଁ ଜିଓଫାଇବର ସ୍ବାଧୀନତା ଦିବସ ଅଫର ଉପଲବ୍ଧ ହେବ। ନୂତନ ସଂଯୋଗକୁ ସକ୍ରିୟ କରିବା ସମୟରେ ଯେଉଁ ପ୍ଲାନ୍‌ ଚୟନ କରାଯାଇଥିବ ଅତିରିକ୍ତ ୧୫ଦିନ ପାଇଁ ନୂଆ ଗ୍ରାହକଙ୍କ ପାଇଁ ସେହି ଲାଭ ମାଗଣାରେ ଉପଲବ୍ଧ ହେବ। ସେହିପରି ୪ ଟି ରିଚାର୍ଜ ସହ ୬ ମାସ କିମ୍ବା ୧୨ମାସ ଅବଧିର ପ୍ଲାନ୍‌ର ପୋଷ୍ଟପେଡ୍‌ ମନୋରଞ୍ଜନ ବୋନାଞ୍ଜା ଅଫର ଚୟନ କରୁଥିବା ନୂଆ ଜିଓଫାଇବର ଗ୍ରାହକଙ୍କ ପାଇଁ ଏହି ଅଫର ପ୍ରଯୁଜ୍ୟ ।
ମୋବାଇଲ୍‌ ବ୍ୟବହାରକାରୀମାନଙ୍କ ଲାଗି ଜିଓ ପକ୍ଷରୁ ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ ପ୍ଲାନ୍‌ରେ ‘ଜିଓ ସ୍ବାଧୀନତା ଦିବସ ଅଫର’ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାରଦାତାଙ୍କ ପାଇଁ ଖୁସି ଖବର! ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ମିଳିପାରେ ଆଶ୍ବସ୍ତି

ନୂଆଦିଲ୍ଲୀ,୨୬ା୧୨: ଯେଉଁମାନେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ଆଗାମୀ ବଜେଟରେ ଏକ ବଡ ଉପହାର ଦେଇପାରନ୍ତି। ସୂତ୍ରରୁ ପ୍ରକାଶ ଯେ...

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ନୀତା

ମୁମ୍ବାଇ,୨୬।୧୨: ରିଲାଏନ୍ସ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ଚେୟାରମ୍ୟାନ୍‌ ନୀତା ଏମ୍‌ ଅମ୍ବାନୀ ୨ ଦିନିଆ ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ବୋଲି...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ...

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ର ନୂତନ ଶାଖା ନିକଟରେ କଟକ ନିକଟସ୍ଥ ଗୋପାଳପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅର୍ଥ ବିଭାଗର...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri