Categories: ବାଣିଜ୍ୟ

ଜିଓର ନୂତନ ଓଟିଟି ଷ୍ଟ୍ରିମିଂ ପ୍ଲାନ୍‌

ଭୁବନେଶ୍ୱର,୧୪।୫: ରିଲାଏନ୍ସ ଜିଓର ନୂତନ ଓଟିଟି ଷ୍ଟ୍ରିମିଂ ପ୍ଲାନ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମାସିକ ୮୮୮ଟଙ୍କା ମୂଲ୍ୟର ଏହି ସୁଲଭ ପ୍ଲାନ୍‌ ଉଭୟ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। ରିଲାଏନ୍ସ ଜିଓ ଷ୍ଟ୍ରିମିଂ ପ୍ରେମୀଙ୍କ ପାଇଁ ଏକ ନୂଆ ପୋଷ୍ଟପେଡ୍‌ ଓଟିଟି ବଣ୍ଡଲ ପ୍ଲାନ୍‌ ଆଣିଛି। ଏହି ପ୍ଲାନ୍‌ ଜରିଆରେ ଗ୍ରାହକଙ୍କୁ ୧୫ଟି ପ୍ରମୁଖ ପ୍ରିମିୟମ ଓଟିଟି ଆପ୍‌ ସହ ଅସୀମିତ ଡାଟା ମିଳୁଛି। ଏହାଦ୍ୱାରା ସେମାନେ ଯେତେବେଳେ ଚାହିଁବେ ନିଜ ପସନ୍ଦର ଆପ୍‌ରେ ଏହି ପ୍ରୋଗ୍ରାମ ଦେଖିପାରିବେ। ସେହିଭଳି ବ୍ରାଣ୍ଡ୍‌ର ନୂତନ ପ୍ଲାନ୍‌ରେ ଗ୍ରାହକଙ୍କୁ ୩୦ଏମ୍‌ବିପିଏସ୍‌ ସ୍ପିଡ୍‌ ମିଳିବ। ଏହାବ୍ୟତୀତ ନେଟ୍‌ଫ୍ଲିକ୍ସର ବେସିକ୍‌ ପ୍ଲାନ୍‌, ଆମାଜନ୍‌ ପ୍ରାଇମ୍‌ ଏବଂ ଜିଓ ସିନେମା ପ୍ରିମିୟମ ଭଳି ୧୫ରୁ ଅଧିକ ପ୍ରମୁଖ ଓଟିଟି ଆପ୍‌କୁ ମଧ୍ୟ ଏହି ପ୍ଲାନ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି,ଅର୍ଥାତ୍‌ ଏହି ଲୋକପ୍ରିୟ ଆପ୍‌ଗୁଡ଼ିକର ସବ୍‌ସ୍କ୍ରିପସନ ଏହି ପ୍ଲାନ୍‌ରେ ଉପଲବ୍ଧ ହେବ। ଉକ୍ତ ପ୍ଲାନ୍‌ର ଆଉ ଏକ ବିଶେଷ ବୈଶିଷ୍ଟ୍ୟ ହେଉଛି,ବ୍ରାଣ୍ଡ୍‌ର ନୂଆ କିମ୍ବା ବର୍ତ୍ତମାନ ଗ୍ରାହକ ୧୦ ଏମ୍‌ବିପିଏସ୍‌ କିମ୍ବା ୩୦ଏମ୍‌ବିପିଏସ୍‌ ପ୍ଲାନ୍‌ ବ୍ୟବହାର କରୁଥିବା ଉପଭୋକ୍ତାମାନେ ଏହାକୁ ପାଇପାରିବେ। ୮୮୮ଟଙ୍କାର ପୋଷ୍ଟପେଡ୍‌ ପ୍ଲାନ୍‌ ସମସ୍ତଙ୍କ ପାଇଁ ଉପଲବ୍ଧ। ସେହିପରି ବର୍ତ୍ତମାନ ପ୍ରିପେଡ୍‌ ପ୍ଲାନ୍‌ ରହିଥିବା ସମସ୍ତ ଉପଭୋକ୍ତା ସହଜରେ ଏହି ନୂଆ ପୋଷ୍ଟପେଡ୍‌ ପ୍ଲାନ୍‌କୁ ଅପ୍‌ଗ୍ରେଡ୍‌ କରିପାରିବେ। ଏହାବ୍ୟତୀତ ନିକଟରେ ଘୋଷଣା ହୋଇଥିବା ଜିଓ ଆଇପିଏଲ୍‌ ଧନ ଧନା ଧନ ଅଫର ମଧ୍ୟ ଏହି ପ୍ଲାନ୍‌ରେ ଲାଗୁହେବ। ଜିଓ ଫାଇବର କିମ୍ବା ଏୟାରଫାଇବର ପାଇଁ ଯୋଗ୍ୟ ଗ୍ରାହକମାନେ ସେମାନଙ୍କ ଜିଓ ହୋମ୍‌ ବ୍ରଡ୍‌ବ୍ୟାଣ୍ଡ କନେକ୍ସନରେ ୫୦ଦିନର ରିହାତି କ୍ରେଡିଟ୍‌ ଭାଉଚର ପାଇପାରିବେ। ୨୦୨୪ମେ ୩୧ପର୍ଯ୍ୟନ୍ତ ଉପଲବ୍ଧ ଜିଓ ଧନ ଧନା ଧନ ଅଫରକୁ ଟି-୨୦ ସିଜନ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି।

Share