Categories: ବାଣିଜ୍ୟ

ଜିଓର ନ୍ୟୁୟର ପ୍ଲାନ, ମାତ୍ର ୮ ଟଙ୍କାରେ ମିଳିବ ବର୍ଷ ଯାକର ଅନଲିମିଟେଡ ୫ଜି ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ରିଲାଏନ୍ସ ଜିଓ ବର୍ଷ ଶେଷ ପୂର୍ବରୁ ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ‘ନୂଆ ବର୍ଷ ଯୋଜନା’ ଆରମ୍ଭ କରିଛି । ଏହି ଯୋଜନାର ଦୈନିକ ଖର୍ଚ୍ଚ ହେଉଛି ମାତ୍ର ୮.୨୧ ଟଙ୍କା। ଶୁଭ ନୂତନ ବର୍ଷ ୨୦୨୪ ପ୍ରିପେଡ ଯୋଜନା ଅଧୀନରେ, କମ୍ପାନୀ ୨୪ଦିନର ପୃଥକ ବୈଧତା ପ୍ରଦାନ କରୁଛି । ଏହାର ଅର୍ଥ ଆପଣ ୩୬୫ ପ୍ଲସ ୨୪ ଦିନର ଲାଭ ପାଇବେ। ନୂତନ ବର୍ଷ ଯୋଜନା ଅଧୀନରେ ଗ୍ରାହକମାନେ ୩୬୫ ଦିନ ପାଇଁ ପ୍ରତିଦିନ ୨ଜିବି ଡାଟା, ଅସୀମିତ କଲିଂ ଏବଂ ଦୈନିକ ୧୦୦ଏସଏମଏସର ଲାଭ ପାଆନ୍ତି। ଜିଓର ଅନ୍ୟାନ୍ୟ ଯୋଜନା ପରି, ଯେଉଁମାନେ ଜିଓ ସ୍ବାଗତ ଅଫରର ଲାଭ ପାଇଛନ୍ତି, ସେମାନେ ଅସୀମିତ ୫ଜି ଇଣ୍ଟରନେଟ ପାଇବେ।

ଏହି ଯୋଜନା ସହିତ କମ୍ପାନୀ ଆପଣଙ୍କୁ ଜିଓ ଟିଭି, ଜିଓ ସିନେମା, ଜିଓ କ୍ଲାଉଡର ମାଗଣା ସଦସ୍ୟତା ଦେଉଛି। ହେଲେ, ଏଥିରେ ଆପଣ ଜିଓ ସିନେମାର ପ୍ରିମିୟମ ସବସ୍କ୍ରିପସନ ପାଇବେ ନାହିଁ। କମ୍ପାନୀର ୱେବସାଇଟ ଅନୁଯାୟୀ, ନୂଆ ବର୍ଷ ଯୋଜନା ୨୦୨୪ଡିସେମ୍ବର ୨୦ ରୁ ଲାଇଭ ହୋଇଯାଇଛି। ଏହାପୂର୍ବରୁ କମ୍ପାନୀ ୩,୨୨୭ଟଙ୍କା ମୂଲ୍ୟର ଏକ ପ୍ରିପେଡ ଯୋଜନା ଆରମ୍ଭ କରିଥିଲା ଯେଉଁଥିରେ କମ୍ପାନୀ ଆମାଜନ ପ୍ରାଇମ ଭିଡିଓର ମାଗଣା ସବସ୍କ୍ରିପସନ ପ୍ରଦାନ କରୁଛି। ଏହି ଯୋଜନା ସହିତ ଆପଣ ଜିଓ ସିନେମା, କ୍ଲାଉଡ ଏବଂ ଜିଓ ଟିଭିର ସୁବିଧା ମଧ୍ୟ ପାଇପାରିବେ। ଏଥିରେ କମ୍ପାନୀ ପ୍ରତିଦିନ ୨ଜିବି ଡାଟା ଯୋଗାଏ। ଆପଣ ଏହି ଯୋଜନାକୁ ଜିଓର ୱେବସାଇଟ କିମ୍ବା ଆପ ମାଧ୍ୟମରେ ଅନଲାଇନରେ କିଣିପାରିବେ।

Share