ଜିଓର ତ୍ରୈମାସିକ ନେଟ୍‌ ଲାଭ ୬୫୩୯ କୋଟି

ମୁମ୍ବାଇ,୧୫।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈୟମାସର ପରିଚାଳନାଗତ ଏବଂ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଡିଜିଟାଲ କ୍ଷେତ୍ରରେ କମ୍ପାନୀ ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ସେହିଭଳି ଜିଓ ପ୍ଲାଟ୍‌ଫର୍ମସର ନେଟ୍‌ ଲାଭ ପୂର୍ବ ବର୍ଷ ସମାନ ତ୍ରୈୟମାସ ତୁଳନାରେ ୨୩.୪% ବୃଦ୍ଧି ନେଟ୍‌ ଲାଭ ୬୫୩୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ଜିଓ ପ୍ଲାଟ୍‌ଫର୍ମର ତ୍ରୈମାସିକ ମୋଟ ରାଜସ୍ବ ପୂର୍ବ ବଷର୍ର ସମାନ ଅବଧି ତୁଳନାରେ ୧୭.୭% ବୃଦ୍ଧି ପାଇ ୩୭,୧୧୯ କୋଟି ଟଙ୍କା ହୋଇଛି। ଏହି ତ୍ରୈୟମାସରେ ଜିଓର ଗ୍ରାହକ ସଂଖ୍ୟାରେ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୪.୨% ବୃଦ୍ଧି ସହିତ ସେପ୍ଟେମ୍ବର ଶେଷ ସୁଦ୍ଧା ଜିଓର ମୋଟ ଗ୍ରାହକ ସଂଖ୍ୟା ୪୭.୮୮ କୋଟି ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିପରି ୧୪.୮ କୋଟି ଗ୍ରାହକ ଜିଓ ୫ଜି ନେଟ୍‌ ୱର୍କ ଆପଣାଇବା ସହିତ ୫ଜି କ୍ଷେତ୍ରରେ ଜିଓ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ କରିଛି। ଏହି ତ୍ରୈୟମାସରେ ଜିଓ ନେଟ୍‌ୱର୍କରେ ଡାଟା ଟ୍ରାଫିକ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୨୪% ବୃଦ୍ଧି ପାଇ ୪୫ ବିଲିୟନ ଜିବି ହୋଇଥିବାବେଳେ ଭଏସ ଟ୍ରାଫିକ ୬.୪% ବୃଦ୍ଧି ସହିତ ୧.୪୨ ଟ୍ରିଲିୟନ ମିନିଟ ରହିଥିବା ଜଣାପଡିଛି। ଅପରପକ୍ଷରେ ୫ଜି ଏବଂ ହୋମ୍‌ ବ୍ରଡ୍‌ବ୍ୟାଣ୍ଡ ଉପଭୋକ୍ତା ସଂଖ୍ୟାରେ ବୃଦ୍ଧି ସହିତ ଗ୍ରାହକ ପ୍ରତି ମାସିକ ଡାଟା ବ୍ୟବହାର ୩୧ଜିବିକୁ ବୃଦ୍ଧି ପାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ତ୍ରୈୟମାସରେ ଜିଓ ୨.୮ନିୟୁତରୁ ଉଦ୍ଧର୍‌ବ ଜିଓ ଏୟାର ଫାଇବର ଗ୍ରାହକଙ୍କ ସହିତ ବିଶ୍ୱର ଦୁତତମ ଅଭିବୃଦ୍ଧିଶୀଳ ଫିକ୍ସଡ ୱେର୍‌ଲେସ ଅପରେଟର ହୋଇଛି। ଜିଓର ପ୍ରତି ଗ୍ରାହକ ପିଛା ମାସିକ ରାଜସ୍ବ ୧୯୫.୧ ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ମୋଟ ରାଜସ୍ବ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ସାମାନ୍ୟ ବୃଦ୍ଧି ସହିତ ୨୫୮୦୨୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।ସେହିଭଳି ରିଲାଏନ୍ସ ରିଟେଲର ତ୍ରୈମାସିକ ମୋଟ ରାଜସ୍ବ ୭୬୩୦୨ କୋଟି ଟଙ୍କା ରହିଥିବାବେଳେ ତୈଳ, ରସାୟନ ଏବଂ ଉତ୍ତୋଳନ କ୍ଷେତ୍ରର ମୋଟ ରାଜସ୍ବ ପୂର୍ବ ବର୍ଷ ତୁଳନାରେ ୫.୧% ବୃଦ୍ଧି ପାଇ ୧୫,୫୫୮୦ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

ବନ୍ଧନ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୧୦: ବନ୍ଧନ ମ୍ୟୁଚୁଆଲ ଫଣ୍ଡ (ବିଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ୫୦୦ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ୍‌ ଓ ବନ୍ଧନ ନିଫ୍ଟି ୫୦୦ ମୋମେଣ୍ଟମ୍‌...

୧୦ ଦିନରେ ୧୩୪%ର ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ,୧୫।୧୦: ଭାରତରେ ପାର୍ବଣ ଋତୁ ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଧିକୁ ଚିହ୍ନିତ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଆବଶ୍ୟକତାକୁ ସମ୍ବୋଧିତ କରି ଭାରତର ଅଗ୍ରଣୀ ବି୨ବି...

ଶେୟାର ବଜାରରେ ଉତ୍ସାହ

ମୁମ୍ବାଇ,୧୫।୧୦: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ସେପ୍ଟେମ୍ବରରେ ବଢିଲା ହୋଲସେଲ ଦରଦାମ୍

ନୂଆଦିଲ୍ଲୀ,୧୩।୧୦: ଭାରତର ହୋଲସେଲ ମୂଲ୍ୟ ସୂଚକାଙ୍କ ସେପ୍ଟେମ୍ବର ମାସରେ ବୃଦ୍ଧି ପାଇଛି। ଖାଦ୍ୟ ମୂଲ୍ୟ ବୃଦ୍ଧି କାରଣରୁ ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ୧.୮୪% ବୃଦ୍ଧି ପାଇଛି। ଅଗଷ୍ଟରେ...

ଅଗଷ୍ଟରେ କମିଲା ଶିଳ୍ପ ଉତ୍ପାଦନ

ଭୁବନେଶ୍ୱର, ୧୨ା୧୦(ଅନୁରାଧା ମହାରଣା): ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ଚଳିବର୍ଷ ଅଗଷ୍ଟ ମାସରେ ଦେଶର ଶିଳ୍ପ ଉତ୍ପାଦନ ହ୍ରାସ ପାଇଛି। ଖଣି ଏବଂ ବିଦ୍ୟୁତ୍‌ କ୍ଷେତ୍ରଗୁଡିକ...

ଜେଏସ୍‌ଏଲ୍‌ର ଏମ୍ପ୍ଲଇ ଆସିଷ୍ଟାନ୍ସ ପ୍ରୋଗ୍ରାମ

ନୂଆଦିଲ୍ଲୀ,୧୨।୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପରିସରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ...

ଏସ୍‌ଏମ୍‌ଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର, ୧୨।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସତ୍ୟା ମାଇକ୍ରୋକ୍ୟାପିଟାଲ ଲିମିଟେଡ୍‌ (ଏସ୍‌ଏସ୍‌ଏଲ୍‌)ର ନୂତନ ଅଭିଯାନ ‘ମାଗଣା ସ୍ବାସ୍ଥ୍ୟସେବା ଶିବିର’ ନିକଟରେ ଆରମ୍ଭ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri