Categories: ବାଣିଜ୍ୟ

ଜିଓର ଟ୍ରୁ-୫ଜି ସମ୍ପର୍କିତ ସମାଧାନ ପ୍ରଦର୍ଶିତ

ମୁମ୍ବାଇ,୧୫।୧୧:ଦେଶର ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓର ଟ୍ରୁ-୫ଜି ସମ୍ପର୍କିତ ସମାଧାନ ପ୍ରଦର୍ଶନୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତି (ଆଇଟି) ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗ ପକ୍ଷରୁ କୋଲକାତାଠାରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଉକ୍ତ କର୍ମଶାଳାରେ ରିଲାଏନ୍ସ ଜିଓ ପକ୍ଷରୁ କୃଷି, ସ୍ବାସ୍ଥ୍ୟ, ଶିକ୍ଷା ଏବଂ ସ୍ମାର୍ଟ ଅଫିସ ଭଳି ଅତି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସହ ସମ୍ପର୍କିତ ବହୁ ନୂଆ ୫ଜି ସମାଧାନକୁ ପ୍ରଦର୍ଶିତ କରାଯାଇଛି। ସେହିଭଳି କୋଲକାତାଠାରେ ରିଲାଏନ୍ସ ଜିଓର ଏକ ୫ଜି ଏକ୍ସପେରିଏନ୍ସ ସେଣ୍ଟର ମଧ୍ୟ ସ୍ଥାପନ କରାଯାଇଛି। ଉକ୍ତ ସେଣ୍ଟରରେ ଟ୍ରୁ-୫ଜି ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରାଯାଉଛି। ୫ଜିର ନୂଆ ବ୍ୟବହାରକୁ ଯେଭଳି ରାଜ୍ୟ ସରକାରଙ୍କ ଅଧିକାରୀମାନେ ଦେଖିପାରିବେ ଏବଂ ତାହାକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରିବେ, ସେଥିପାଇଁ ଉକ୍ତ କର୍ମଶାଳାକୁ ବେଶ୍‌ ଗୁରୁତ୍ୱ ପ୍ରଦାନ କରାଯାଉଛି। ସାରା ପଶ୍ଚିମବଙ୍ଗରେ କମ୍ପାନୀ ତା’ର ଟ୍ରୁ-୫ଜି ସେବାକୁ ପର୍ଯ୍ୟାୟ କ୍ରମେ ଶୁଭାରମ୍ଭ କରୁଛି। ପଶ୍ଚିମବଙ୍ଗର ସିଲିଗୁଡ଼ି ସହରରେ ରିଲାଏନ୍ସ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିବା ଲାଗି ପ୍ରସ୍ତୁତ ମଧ୍ୟ ହେଉଛି। ପଶ୍ଚିମବଙ୍ଗରେ କୋଲକାତା ପରେ ସିଲିଗୁଡ଼ି ୨ୟ ସହର ଭାବେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ ଯୋଡ଼ି ହେବାକୁ ଯାଉଛି।

Share