
ମୁମ୍ବାଇ,୨।୪: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ଅସୀମିତ କ୍ରିକେଟ ଅଫରର ଅବଧିକୁ ୨୦୨୫ ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ପୂର୍ବରୁ ଏହି ଅଫର ୨୦୨୫ ମାର୍ଚ୍ଚ ୩୧ରେ ଶେଷ ହେବାକୁ ଯାଉଥିଲା। ଏହି ଅଫର ଅଧୀନରେ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ସଂଯୋଗ ନେଇ କିମ୍ବା ଅତି କମରେ ୨୯୯ ଟଙ୍କା ମୂଲ୍ୟର ପ୍ଲାନ୍ ରିଚାର୍ଜକରି ଜିଓ ଗ୍ରାହକମାନେ ଜିଓ ହଟ୍ଷ୍ଟାରରେ ମାଗଣାରେ ଆଇପିଏଲ୍ କ୍ରିକେଟ ସିଜନ୍ ଉପଭୋଗ କରିପାରିବେ। ସେହିଭଳି ଏହି ଅସୀମିତ କ୍ରିକେଟ ଅଫର ଜରିଆରେ ଗ୍ରାହକମାନେ ଟିଭି କିମ୍ବା ମୋବାଇଲ ଫୋନ ମାଧ୍ୟମରେ ୯୦ଦିନର ମାଗଣା ଜିଓ ହଟ୍ଷ୍ଟାର ସବ୍ସ୍କ୍ରିପସନ ପାଉଛନ୍ତି ଏବଂ ତାହା ମଧ୍ୟ ୪କେ ଗୁଣବତ୍ତାରେ ଉପଲବ୍ଧ। ଏହାର ଅର୍ଥ ହେଉଛି ଗ୍ରାହକମାନେ ଆଇପିଏଲ୍ କ୍ରିକେଟ ସିଜିନ ମାଗଣାରେ ଉପଭୋଗ କରିପାରିବେ। ଏହାସହ ଘର ପାଇଁ ଜିଓଫାଇବର କିମ୍ବା ଜିଓ ଏୟାରଫାଇବରର ମାଗଣା ଟ୍ରାଏଲ୍ ସଂଯୋଗ ମଧ୍ୟ ପ୍ରଦାନ କରିବ। ଅଲ୍ଟ୍ରା-ଫାଷ୍ଟ ଇଣ୍ଟରନେଟ୍ର ମାଗଣା ଟ୍ରାଏଲ୍ ସଂଯୋଗ ୫୦ଦିନ ପାଇଁ ମାଗଣା ରହିବ। ଗ୍ରାହକମାନେ ୪କେ ଗୁଣବତ୍ତାରେ ଇମର୍ସିଭ୍ କ୍ରିକେଟ ଦେଖିବାର ଅନୁଭୂତି ସହ ଶ୍ରେଷ୍ଠ ହୋମ୍ ଏଣ୍ଟରଟେନମେଣ୍ଟ ବା ଘରୋଇ ମନୋରଞ୍ଜନର ମଧ୍ୟ ମଜା ନେଇପାରିବେ। ଜିଓ ଫାଇବର କିମ୍ବା ଜିଓ ଏୟାରଫାଇବରର ମାଗଣା ଟ୍ରାଏଲ ସଂଯୋଗ ସହ ୮୦୦ରୁ ଅଧିକ ଟିଭି ଚ୍ୟାନେଲ, ୧୧ରୁ ଅଧିକ ଓଟିଟି ଆପ୍, ଅସୀମିତ ୱାଇଫାଇ ମଧ୍ୟ ମିଳିବ।