ଜୀରାନଦୀ ଗୋଲ ଟେବୁଲ ବୈଠକ: ନଦୀକୁ ପ୍ରଦୂଷଣ, ଶୋଷଣ ଓ ଅତିକ୍ରମଣରୁ ମୁକ୍ତ କରିବାକୁ ଆହ୍ବାନ

ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ବହି ଯାଇଥିବା ଜୀରାନଦୀ ଅସ୍ତିତ୍ୱ ହଜାଇ ବସିଛି। ଜମି ଓ ବାଲି ମାଫିଆମାନେ ଏହି ନଦୀକୁ ମାଡି ବସିଛନ୍ତି। ଫଳରେ ନଦୀ ସଂକୁଚିତ ହୋଇ ପଡୁଛି। ସେହିପରି ସହରରେ ରହିଥିବା ନର୍ଦ୍ଦମା ପାଣି ସିଧାସଳଖ ଜୀରାନଦୀ ପାଣିରେ ମିଶୁଛି। ଏହାଦ୍ବାରା ନଦୀ ପାଣି ମଧ୍ୟ ପ୍ରଦୂଷିତ ହେଉଛି। ଏଭଳି ସ୍ଥିତିରେ ଜୀରାନଦୀର ସୁରକ୍ଷା ପାଇଁ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଅଣ୍ଟା ଭିଡି ବାହାରିଛି। ଉକ୍ତ ସଂଗଠନ ପକ୍ଷରୁ ଜୀରାନଦୀ ବଞ୍ଚାଅ ଅଭିଯାନ ଚାଲିଛି। ଏହି କ୍ରମରେ ରବିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ସଂଗଠନ ଏକ ଗୋଲ୍ ଟେବୁଲ ବୈଠକ ଆୟୋଜନ କରିଥିଲା।

ଉକ୍ତ ବୈଠକରେ ଜୀରା ନଦୀର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଆଲୋଚନା ହୋଇଥିଲା। ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀଙ୍କ ସମେତ ସ୍ଥାନୀୟ ଅନେକ ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ନେତା, ସାମାଜିକ କର୍ମୀ, ଓକିଲ, ଡାକ୍ତର ପ୍ରମୁଖ ବୈଠଯୋଗ ଦେଇ ଜୀରା ନଦୀ ର ପୁନରୁଦ୍ଧାର ଓ ସୁରକ୍ଷା ପାଇଁ ନିଷ୍ପତି ସେମାନଙ୍କ ମତପ୍ରକାଶ କରିଥିଲେ। ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଜିଲା ସଂଯୋଜକ ପାଣ୍ଡବ କର୍ଣ୍ଣଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଗୋଲ ଟେବୁଲ ବୈଠକରେ ଯୋଗ ଦେଇ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଜୀରା ନଦୀରେ ସାମ୍ପ୍ରତିକ ସମସ୍ୟା ଓ ସଙ୍କଟ ବିଷୟରେ ଅବତାରଣା କରିବା ସହିତ ପ୍ରଦୂଷଣ, ଶୋଷଣ ଓ ଅତିକ୍ରମଣରୁ ନଦୀକୁ ମୁକ୍ତ କରିବା ପାଇଁ ବରଗଡ଼ବlସୀଙ୍କୁ ଆହ୍ବାନ କରିଥିଲେ l

ବରଗଡ଼ ବିଧାୟକ ଷଡ଼ଙ୍ଗୀ ଜୀରାନଦୀରେ ଆନିକଟ୍ ନିର୍ମାଣର ପ୍ରସ୍ତାବ ଖୁବ୍ ଶୀଘ୍ର ହେବ ବୋଲି ପ୍ରତିଶୃତି ଦେବା ସହିତ ନଦୀର ପୁନରୁଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି କହିଥିଲେ l ବରଗଡ଼ରେ ଥିବା ଜଳାଶୟ ଗୁଡିକ ଏବେ ପୋତି ହୋଇଗଲାଣି ଓ ଅନେକ ଜମି ମାଫିଆ ମାନଙ୍କ କବଜାକୁ ଚାଲି ଗଲାଣି l ସେସବୁର ପୁନରୁଦ୍ଧାର ପାଇଁ ସେ ସମସ୍ତ ପ୍ରକାରର ପ୍ରଚେଷ୍ଟା କରିବେ ବୋଲି ଷଡଙ୍ଗୀ ପ୍ରତିଶୃତି ଦେଇଥିଲେ l ପୌର ପରିଷଦର ଅଧ୍ୟକ୍ଷl ମାଝୀ ସହରର ବର୍ଜ୍ୟବସ୍ତୁ ର ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l

ଜୀରା ନଦୀ ଛତିଶଗଡ଼ରୁ ବାହାରି ୧୬୪ କି.ମି ଧରି ପ୍ରବାହିତ ହୋଇ ମହାନଦୀରେ ମିଶିଛି l ଏହାର ଅବବାହିକା ୫୬୮୫ ବର୍ଗ କି. ମି l ଜୀରାନଦୀକୁ ପୁନରୁଦ୍ଧାର କରି ଏହାକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ପାଇଁ ଏହାର ଅବବାହିକାର ସ୍ବାସ୍ଥ୍ୟ ଓ ପରିବେଶକୁ ସୁସ୍ଥ ରଖିବା ଦରକାର l ସେଥିପାଇଁ ଅବବାହିକାରେ ଜଳ ସଂରକ୍ଷଣ ସହିତ ବ୍ୟାପକ ବୃକ୍ଷରୋପଣ ଉପରେ ବୈଠକରେ ଗୁରୁତ୍ବାରୋପ କରାଯିବା ସହିତ ଏ ନେଇ ବିହିତ ପଦକ୍ଷେପ ନେବା ପାଇଁ ବୈଠକରେ ସରକାରଙ୍କୁ ନିବେଦନ କରାଯାଇଥିଲା l

ସେହିପରି ସହରର ପ୍ରଦୂଷିତ ପାଣିକୁ ନଦୀକୁ ସିଧସଳଖ ଭାବରେ ନ ଛାଡ଼ି ଏସଟିପି ଦ୍ଵାରା ବିଶୋଧନ କରି ଛାଡ଼ିବାକୁ ବୈଠକରେ ପ୍ରସ୍ତାବ ଦିଆ ଯାଇଥିଲା l ନଦୀରୁ ବାଲି ଉତ୍ତୋଳନ ବନ୍ଦ କରିବା ସହିତ ନଦୀ ପଠା ଓ ଶଯ୍ୟାକୁ ଜବର ଦଖଲ ରୁ ମୁକ୍ତ କରିବା ପାଇଁ ମଧ୍ୟ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା l ବୈଠକରେ ଦୟା ନଦୀ ସୁରକ୍ଷା ଅଭିଯାନ ର ଆବାହକ ସଚ୍ଚିକାନ୍ତ ପ୍ରଧାନଙ୍କ ସମେତ ଉପସ୍ଥିତ ବୁଦ୍ଧିଜୀବୀ ଯୋଗ ଦେଇ ସେମାନଙ୍କ ମତାମତ ରଖିଥିଲେ l

ବୈଠକରେ ଡ଼ା. ରାମକୃଷ୍ଣ ପୁରୋହିତ, ହରଦିପ ସିଂ, ମନୋରଞ୍ଜନ ସାହୁ, କବି ନୀତିଶ ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ହୃଷୀକେଶ ଭୋଇ, ରଞ୍ଜନ ଦେବତା, ରମାକାନ୍ତ ରାଉତ, ଅଭିମନ୍ୟୁ ପଧାନ, ଲିପସିତ୍ ମିଶ୍ର, ମହେନ୍ଦ୍ର ସାହୁ, ଲଲାଟେନ୍ଦୁ ଦାଶ, ବଦ୍ରି ପ୍ରସାଦ ସାହୁ, ସୁନୀତା ବାଗ, ବାସମତି ବଞ୍ଛୋର୍, ପ୍ରିତମ ସିଂ, ଅନନ୍ତ ଶୟନ ପାଢ଼ୀ, ଗୁରୁବାରି ଭୁଏ, ରାଜେଶ୍ ସରାଫ, ସରୋଜ ମହାପାତ୍ର, ଡୋଲାମଣି ଶତପଥୀ, ଅଶୋକ ବାରିକ, ବିଜୟ ମିଶ୍ର, ମାମି ମିଶ୍ର, ସୁରେଶ ଦାସ, ଦେବୀ ପଟ୍ଟନାୟକ, ରାଜେନ୍ଦ୍ର ସିକନ୍ଦର, ବିକ୍କି ମଟାରି, ସଚ୍ଚିକାନ୍ତ ପଧାନ, ସଂଘମିତ୍ରା ପଟେଲ, ପଦ୍ମିନୀ ପଧାନ, ବିରେନ୍ ପଧାନ, ଅଶୋକ ପଶାୟତ, ମାରିଅମ୍ ବାର୍ଲା, ସମୀର କୁମାର ପଧାନ, ରାମ ବିଶ୍ଵାଳ, ରମଣି ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ମତ ରଖିଥିଲେ। ଶେଷରେ ଚାଷୀ ନେତା କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେଲେ ରାଣିମୁଣ୍ଡା ସରପଞ୍ଚ, ପୂର୍ବତନ ପିଇଓ

ନୂଆପଡା,୫/୪ (ମକାରୁ ବେମାଲ): ନୂଆପଡା ଜ଼ିଲା ଖରିଆର ବ୍ଲକ ରାଣିମୁଣ୍ଡା ପଞ୍ଚାୟତ ସରପଞ୍ଚ ଓ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁକ୍ରବାର ରାତିରେ ଭିଜିଲାନ୍ସ ହାତରେ...

ଓଡିଆ ପକ୍ଷ ପାଳନ କାର୍ଯ୍ୟକ୍ରମକୁ ଆସିଲେନି ଅଧିକାରୀ: ବ୍ଲକ କର୍ମଚାରୀଙ୍କୁ ନେଇ ଐତିହ୍ୟ ଗଣଦୌଡ଼

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଓଡ଼ିଶା ପାଳୁଛି ଓଡ଼ିଆ ପକ୍ଷ। ଏଥିପାଇଁ ପଲ୍ଲୀଠାରୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଏହି ପକ୍ଷକୁ ବଡ଼ ଧୁମଧାମ୍‌ରେ ପାଳନ କରାଯାଉଛି। ଓଡ଼ିଆ...

ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ଥୁଆମୂଳ ରାମପୁର,୫ା୪ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହଠାରେ ଶୁକ୍ରବାର ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ...

ତରଭୁଜ ଚାଷକରି ଶିକ୍ଷକ ଲକ୍ଷପତି

କେନ୍ଦୁଝର,୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପେସାରେ ଶିକ୍ଷକ, ନିଶା ତାଙ୍କର ଚାଷ। ଶିକ୍ଷକ ଚାକିରି ପରେ ବି କୁଳ ବେଉସାକୁ ଭୁଲି ପାରିନାହାନ୍ତି। ଚାକିରି ସହ ତରଭୁଜ...

ଫଳକରେ ଓଡ଼ିଆ ବନାନ ତ୍ରୁଟି

ସୁନାବେଡ଼ା/ସେମିଳିଗୁଡା,୫ା୪ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ ଏହାର ସୁଫଳ ମିଳୁ ନ ଥିବା...

କଳାପଥର ଖାଦାନରେ ଟେଣ୍ଡର ଫିକ୍ସିଂ

ଯାଜପୁର,୫ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଳାପଥର, ବାଲି ଭଳି ଲଘୁ ଖଣିଜ ଖାଦାନ ଲିଜ୍‌ ନିମନ୍ତେ ବଡ଼ଧରଣର ଟେଣ୍ଡର ଫିକ୍ସିଂ ହୋଇଛି। ଅନେକ ଆବେଦନକାରୀ ସମ୍ପର୍କୀୟ...

ଘୋଷଣାରେ ସୀମିତ ନଦୀଭିତ୍ତିକ ବନ୍ଦର

ପାରାଦୀପ,୫ା୪(ଶରତ ରାଉତ): ଆଜି ହେଉଛି ବିଶ୍ୱ ନୌବାଣିଜ୍ୟ ଦିବସ। ନୌବାଣିଜ୍ୟ ଓଡ଼ିଶାର ପ୍ରାଚୀନ ପରମ୍ପରା ମଧ୍ୟରେ ଅନ୍ୟତମ ବୋଲି କୁହାଯାଏ। ପଣ୍ୟ କାରବାରରେ ବୃହତ୍‌ ବନ୍ଦର...

‘ଗୁଣ୍ଡିଚା ମନ୍ଦିର ଜନ୍ମବେଦି ନିଲାମ ପରିସରଭୁକ୍ତ ନ ହେଉ’

ପୁରୀ,୪ା୪(ଅଜିତ୍‌ କୁମାର ମହାନ୍ତି)-ବହୁଦିନ ଧରି ନିଲାମ ହେଉ ନ ଥିବା ରୋହିଣୀକୁଣ୍ଡ, ନରେନ୍ଦ୍ର ପୁଷ୍କରିଣୀ, କୋଇଲିବୈକୁଣ୍ଠକୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ ଦେଲାଣି। ହୁଏତ ଗୁଣ୍ଡିଚା ମନ୍ଦିର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image