Posted inଜାତୀୟ

ମାନ୍‌ଝୀଙ୍କ ଚାଞ୍ଚଲ୍ୟକର ବୟାନ: ନୀତୀଶ କୁମାରଙ୍କ ଭୋଜନରେ ମିଶାଯାଉଛି ପାଗଳ କରିଦେଉଥିବା ‘ବିଷାକ୍ତ ପଦାର୍ଥ’, ଯାଞ୍ଚ କରାଯାଉ

ପାଟନା,୧୦।୧୧: ହିନ୍ଦୁସ୍ତାନୀ ଆବାମ୍‌ ମୋର୍ଚ୍ଚା ପ୍ରମୁଖ ଜିତନ ରାମ ମାନ୍‌ଝୀ ଶୁକ୍ରବାର ବଡ଼ ବୟାନ ଦେଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପରସା ଯାଉଥିବା ଭୋଜନରେ ବିଷାକ୍ତ ପଦାର୍ଥ ମିଶାଯାଉଥିବା ସେ ଅଭିଯୋଗ କରିଛନ୍ତି। ତେବେ ତାଙ୍କ ପଦକୁ ହାତେଇବାକୁ ଚାହୁଁଥିବା ଲୋକେ ଏହା କରୁଥିବା ଯୋଗୁ ଏହାର ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି।

ପାଟନାରେ ବିଧାନସଭା ବାହାରେ ଖବରଦାତାଙ୍କ ସହ କଥାବାର୍ତ୍ତାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍‌ଝୀ କହିଛନ୍ତି, କିଛି ଦିନ ପୂର୍ବରୁ ନୀତୀଶ ଅଶ୍ଳିଳ ଭାଷା ପ୍ରୟୋଗ କରିଥିଲେ, ଏଥିଲାଗି ତାଙ୍କୁ ବିଧାନସଭାରେ କ୍ଷମା ମାଗିବାକୁ ପଡ଼ିଥିଲା। କାଲି ପୁଣି ସେ ନିଜ ଉପରେ ନିୟନ୍ତ୍ରଣ ହରାଇ ମୋତେ ନେଇ ଅପମାନଜନକ ଶବ୍ଦର ବ୍ୟବହାର କରିଥିଲେ। ମୁଁ ତାଙ୍କଠାରୁ ବୟସରେ ଏବଂ ରାଜନୈତିକ ଅନୁଭବରେ ବରିଷ୍ଠ ବୋଲି ସେ ଭୁଲିଯାଇଥିଲେ। ଏହା ତାଙ୍କ ମାନସିକ ସ୍ବାସ୍ଥ୍ୟ ଖରାପ ହେବାର ସଙ୍କେତ ବୋଲି ସେ କହିଛନ୍ତି।

ତେବେ ବର୍ତ୍ତମାନ ବିହାରରେ ‘ଗମ୍ଭୀର ରାଜନୈତିକ ସ୍ଥିତି’କୁ ନେଇ ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କୁ ଅବଗତ କରାଇବାକୁ ସେ ଶନିବାର ତାଙ୍କୁ ଭେଟିବେ। ଏଥିସହ ସେ ନୀତୀଶଙ୍କୁ ପରସା ଯାଉଥିବା ଭୋଜନର ଉଚ୍ଚସ୍ତରୀୟ ଯାଞ୍ଚ କରାଇବାକୁ ଦାବି କରିଛନ୍ତି। ତାଙ୍କ ଭୋଜନରେ ବିଷାକ୍ତ ପଦାର୍ଥ ମିଶାଯାଉଛି, ଯାହାକି ତାଙ୍କୁ ପାଗଳ କରିଦେବ। ତାଙ୍କ ନିକଟରେ କିଛି ଏଭଳି ଲୋକ ଅଛନ୍ତି ଯିଏ ତାଙ୍କ ପଦକୁ ହାତେଇବାକୁ ଚାହାନ୍ତି ବୋଲି ସେ କହିଛନ୍ତି।

କହିରଖୁଛୁ, ବୁଧବାର ନୀତୀଶ ତାଙ୍କର ପୂର୍ବତନ ସହଯୋଗୀ ମାନ୍‌ଝୀଙ୍କ ଉପରେ ବର୍ଷିଥିଲେ। ତାଙ୍କର ମୁର୍ଖାମୀ ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri