Categories: ଜାତୀୟ

ଶାହାଙ୍କୁ ଭେଟିଲେ ଜିତନ୍‌ରାମ ମାନ୍‌ଝି

ନୂଆଦିଲ୍ଲୀ, ୨୨ା୬ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ବିରୋଧୀ ଦଳଗୁଡ଼ିକର ମିଳିତ ବୈଠକ ଆୟୋଜନ କରୁଥିବାବେଳେ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍‌ଏଏମ୍‌) ଅଧ୍ୟକ୍ଷ ଜିତନ୍‌ରାମ ମାନ୍‌ଝି ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିବା ତାଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍‌ଝି ଦିନକ ପୂର୍ବରୁ ମହାମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲେ। ଶାହାଙ୍କ ସହ ମାନ୍‌ଝି ୩୫ ମିନିଟ୍‌ ଧରି ଆଲୋଚନା କରିଥିଲେ। ୨୦୨୪ ଲୋକ ସଭା ନିର୍ବାଚନରେ ମାନ୍‌ଝିଙ୍କ ଦଳ ଭାଜପା ସହ ଏକାଠି ନିର୍ବାଚନ ଲଢ଼ିପାରେ ବୋଲି ଚର୍ଚ୍ଚା ହେଉଛି। ଗତ ୧୩ ତାରିଖରେ ନୀତୀଶ କୁମାରଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ମାନ୍‌ଝିଙ୍କ ପୁଅ ସନ୍ତୋଷ କୁମାର ସୁମନ ଆଲୋଚନା ବେଳେ ଉପସ୍ଥିତ ଥିଲେ। ନୀତୀଶ ସେମାନଙ୍କ ଦଳର ପରିଚୟ ହଜାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ସନ୍ତୋଷ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଉଥିବା କହିଥିଲେ।

Share