ଜିତେନ୍ଦ୍ର ରଣସିଂହ ନୟାଗଡ଼ ଜିଲା ବିଜେଡି କମିଟି ସମ୍ପାଦକ

ଭୁବନେଶ୍ୱର,୯ା୯(ଅନିଲ ଦାସ): ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲାରେ ବିଜେଡି କର୍ମକର୍ତ୍ତା ନିଯୁକ୍ତି କରିଛନ୍ତି। ଜିତେନ୍ଦ୍ର କୁମାର ରଣସିଂହଙ୍କୁ ବିଜେଡି ଜିଲା କମିଟି ସମ୍ପାଦକ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଭାପୁର ବ୍ଲକ ବିଜେଡି ସଭାପତି ଭାବେ ଶିବପ୍ରସାଦ ଷଡ଼ଙ୍ଗୀ ଏବଂ ବେଣୁଧର ପ୍ରଧାନଙ୍କୁ ଭାପୁର ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଶନିବାର ବିଜେଡି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

Share