Categories: ଜାତୀୟ

ଲୋକ ସଭାରେ ମାମଲା ସମ୍ପର୍କିତ ତଥ୍ୟ ଉପସ୍ଥାପନ କଲେ ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ,୮।୧୨: ଗତ ୫ବର୍ଷ ମଧ୍ୟରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ସିବିଆଇ ୫୬ଟି ମାମଲା ରୁଜୁ କରିଛି। ଏଥିରୁ ୨୨ଟି ମାମଲାର ଚାର୍ଜଶିଟ୍‌ ସିବିଆଇ ଦାଖଲ କରିଛି। ଲୋକ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ୍‌ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରାଜ୍ୟଓ୍ବାରି ବିଧାନସଭାଗୁଡ଼ିକର ସଦସ୍ୟମାନଙ୍କ ବିରୋଧରେ ଥିବା ମାମଲା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଛନ୍ତି। ପ୍ରଦତ୍ତ ତଥ୍ୟ ମୁତାବକ ୨୦୧୭-୨୨ରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୦ ମାମଲା ଦାଏର କରାଯାଇଛି।

Share