ଏହି ଅଭିନେତ୍ରୀଙ୍କ ପାଇଁ ଚାଲୁଥିଲା ଜିତେନ୍ଦ୍ରଙ୍କ ପରିବାର

ବଲିଉଡର ଭେଟେରାନ ଅଭିନେତାମାନଙ୍କ ମଧ୍ୟରୁ ଜିତେନ୍ଦ୍ର ଅନ୍ୟତମ। ସେ ତାଙ୍କ ସମୟର ଜଣେ ପ୍ରସିଦ୍ଧ ଅଭିନେତା ଥିଲେ । ଯଦିଓ ବର୍ତ୍ତମାନ ସେ ଚଳଚ୍ଚିତ୍ରରୁ ନିଜକୁ ଦୂରେଇ ରଖିଛନ୍ତି, କିନ୍ତୁ ତାଙ୍କର ଅନେକ ଚଳଚ୍ଚିତ୍ରକୁ ଦର୍ଶକ ଆଜିବି ମନେ ରଖିଛନ୍ତି। ସେ ୮୦ ଦଶକର ଏପରି ଜଣେ ଅଭିନେତା ଥିଲେ, ଯିଏ ଅନେକ ତେଲୁଗୁ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍‌ରେ କାମ କରିଥିଲେ। ସେ ନିଜେ ସ୍ବୀକାର କରିଛନ୍ତି, ତେଲୁଗୁ ଚଳଚ୍ଚିତ୍ର ନିର୍ମାତାମାନେ ତାଙ୍କ କ୍ୟାରିୟର ତିଆରି କରିଛନ୍ତି। ଜିତେନ୍ଦ୍ର ତାଙ୍କ କ୍ୟାରିୟରରେ ଜୟା ଏବଂ ଶ୍ରୀଦେବୀଙ୍କ ଅବଦାନକୁ ଅତ୍ୟନ୍ତ ବିବେଚନା ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି । ତାଙ୍କର ବିଶେଷ ନୃତ୍ୟ ଶୈଳୀ ହେତୁ ଜିତେନ୍ଦ୍ରଙ୍କୁ ବଲିଉଡର ‘ଜମ୍ପିଂ ଜ୍ୟାକ’ ମଧ୍ୟ କୁହାଯାଏ।
୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ‘ଦିଦାର-ଏ-ୟାର’ ବକ୍ସ ଅଫିସରେ ଫ୍ଲପ ହୋଇଥିଲା। ଏହି ଚଳଚ୍ଚିତ୍ର ପରେ ଜିତେନ୍ଦ୍ର ୨.୫କୋଟି କ୍ଷତି ସହିଥିଲେ। ଅବଶ୍ୟ, ଶ୍ରୀଦେବୀଙ୍କ ସହ ତାଙ୍କ ଚଳଚ୍ଚିତ୍ର ‘ହିମତଓ୍ବାଲା’ ବ୍ଲକବଷ୍ଟର ବୋଲି ପ୍ରମାଣିତ ହେବାପରେ ସେ ତାଙ୍କର କ୍ଷତି ଭୁଲି ଯାଇଥିଲେ । ତାଙ୍କ କ୍ୟାରିୟର ଏକ ନୂତନ ସଫଳତା ପାଇଥିଲେ। ‘ହିମତଓ୍ବାଲା’ ରିଲିଜ ହେବା ପରେ ଜିତେନ୍ଦ୍ର କହିଥିଲେ ଯେ, ସେ ଏହି ଚଳଚ୍ଚିତ୍ରରୁ ଏତେ ଟଙ୍କା ରୋଜଗାର କରିଛନ୍ତି ଯେ ସେ ତାଙ୍କର କ୍ଷତି ଭୁଲି ଯାଇଛନ୍ତି। ଜିତେନ୍ଦ୍ର କହିଛନ୍ତି ଯେ, ମୁଁ ପ୍ରାୟତଃ କହେ ଶ୍ରୀଦେବୀ ଏବଂ ଜୟା ପ୍ରଦାଙ୍କ ପାଇଁ ମୋର ପରିବାର ଚଳୁଥିଲା।

Share