Categories: ଖେଳ

ବାଦ୍‌ ପଡ଼ିଲେ ସଞ୍ଜୁ, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୫।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ଜାରି ରହିଥିବା ଟି୨୦ ସିରିଜକୁ ନେଇ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଅନ୍ତିମ ଦୁଇ ମ୍ୟାଚ୍‌ ଲାଗି ଟିମ୍‌ରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଉଇକେଟ କିପର ବ୍ୟାଟ୍ସମ୍ୟାନ ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ସଞ୍ଜୁ ସାମସନ ବାଦ୍‌ ପଡ଼ିଛନ୍ତି।

ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ସଞ୍ଜୁ ଆହତ ହୋଇଥିଲେ। କ୍ୟାଚ୍‌ ଧରିବା ବେଳେ ତାଙ୍କ ଆଣ୍ଠୁ ମାଡ ହୋଇଥିଲା। ଏଥିଲାଗି ସେ ଭାରତୀୟ ଟିମ୍‌ ସହ ପୁଣେ ଆସି ନ ଥିଲେ।

ମହାରାଷ୍ଟ୍ରର ଜିତେଶ ରଣଜୀ ଟ୍ରଫିରେ ବିଦର୍ଭ ଟିମ୍‌ ପକ୍ଷରୁ ଖେଳିଥାନ୍ତି। ଏହାଛଡ଼ା ସେ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ ପାଇଁ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଛନ୍ତି। ଏବେ ତାଙ୍କୁ ଭାରତୀୟ ଟିମ୍‌ରେ ସୁଯୋଗ ମିଳିଛି।

Share