Categories: ଜାତୀୟ

ଯୋଗୀଙ୍କୁ ଭେଟିଲେ ଜିତେନ

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହେବାର ୧୦ ଦିନ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ ପ୍ରସାଦ ଶନିବାର ଲକ୍ଷ୍ନୌଠାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଏହି ବୈଠକରେ ରାଜ୍ୟରେ ଭାଜପାର ଶକ୍ତି କେଉଁଭଳି ବୃଦ୍ଧି କରାଯାଇପାରିବ ଓ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାର ଭବିଷ୍ୟତ ସମ୍ପର୍କରେ ଆଲୋଚନା ହୋଇଥିବା ପୂର୍ବତନ କଂଗ୍ରେସ ନେତା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୯ ତାରିଖରେ ଭାଜପାରେ ସାମିଲ ହୋଇଥିଲେ ଜିତେନ। ଆଗାମୀ ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଜାତି ଗଣିତକୁ ସୁଦୃଢ଼ କରିବା ପାଇଁ ଏହା ଭାଜପାର ଏକ ପ୍ରୟାସ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୪୭ ବର୍ଷୀୟ ନେତା କେନ୍ଦ୍ରରେ ଉପା ସରକାର ଥିଲାବେଳେ ମନ୍ତ୍ରୀ ପଦ ପାଇଥିଲେ। ତାଙ୍କ ବାପା ଜିତେନ୍ଦ୍ର ପ୍ରସାଦ ୨୦୦୦ ମସିହାରେ ସୋନିଆ ଗାନ୍ଧୀଙ୍କ ବିପକ୍ଷରେ କଂଗ୍ରେସ ସଭାପତି ପଦ ପାଇଁ ଛିଡ଼ା ହୋଇଥିଲେ। ୨୦୦୧ରେ ତାଙ୍କର ମୃତ୍ୟୁ ଘଟିଥିଲା।

Share