Advertisement

ଭାଜପାରେ ମିଶୁ ମିଶୁ ଅପରାଜିତାଙ୍କ ପାଇଁ ପ୍ରଚାର କଲେ ଜିତୁ, କହିଦେଲେ ଏମିତି କଥା…

ଭୁବନେଶ୍ୱର,୨୩।୫: ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ତେବେ ଭାଜପାରେ ମିଶିବା ପରେ ସେ କହିଛନ୍ତି, ଭାଜପା ବିପୁଳ ଜନସମର୍ଥନ ପାଉଛି। ଆଉ ଓଡ଼ିଶା ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ସେହି ପରିବର୍ତ୍ତନ ନାରାରେ ମୁଁ ସାମିଲ ହୋଇଛି। ଭାଜପା ଏକମାତ୍ର ଦଳ, ଯିଏ ବିକାଶ କାର୍ଯ୍ୟକୁ ଆଗକୁ ନେଇପାରିବ।

ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଚାର ସମୟରେ ଜିତୁ ଭାଜପାରେସାମିଲ ହୋଇଛନ୍ତି। ଆଉ ମିଶିବା ମାତ୍ରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ ଶୋ’ରେ ସେ ସାମିଲ ହୋଇଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel