Categories: ବାଣିଜ୍ୟ

ଜେଜେଭିର ନୂତନ ଅଭିଯାନ

ଭୁବନେଶ୍ୱର,୪।୧୦: ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଭିଜନ (ଜେଜେଭି)ର ନୂତନ ଅଭିଯାନ ‘ଆକ୍ୟୁଭ୍ୟୁ ସେ ପୁଛୋ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ଅଭିଯାନ ଜରିଆରେ ବଲିଉଡ୍‌ ଅଭିନେତା ରଣବୀର ସିଂ ବ୍ରାଣ୍ଡ୍‌ର ଲେନ୍‌ସର ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି କରିବା ସହ ଲୋକମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିବେ। ବିଶେଷ କରି ଚକ୍ଷୁ ସ୍ବାସ୍ଥ୍ୟ ସଚେନତା ସୃଷ୍ଟି କରିବା ଓ କଣ୍ଟାକ୍ଟ ଲେନ୍‌ସ ପିନ୍ଧୁଥିବା ଲୋକଙ୍କୁ ସ୍ବାଗତ କରିବା ପାଇଁ ଏହି ଅଭିଯାନରେ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉଛି। ଏ ସମ୍ପର୍କରେ ଭିଜନ କେୟାର ଇଣ୍ଡିଆ ବିଜ୍‌ନେସ୍‌ ୟୁନିଟ୍‌ର ନିର୍ଦ୍ଦେଶିକା ଟିନି ସେନ୍‌ଗୁପ୍ତା କହିଛନ୍ତି, ଆକ୍ୟୁଭ୍ୟୁ କଣ୍ଟାକ୍ଟ ଲେନ୍‌ସ ଉପରେ ସଚେତନତା ସୃଷ୍ଟିକରି ଆମେ ଭାରତରେ ଚକ୍ଷୁ ସ୍ବାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛୁ। ଆକ୍ୟୁଭ୍ୟୁ ହେଉଛି ବିଶ୍ୱବ୍ୟାପୀ କଣ୍ଟାକ୍ଟ ଲେନ୍‌ସ ବ୍ରାଣ୍ଡ୍‌, କିନ୍ତୁ ଭାରତରେ କଣ୍ଟାକ୍ଟ ଲେନ୍‌ସର ବିକ୍ରୟ କମ୍‌ ରହିଛି। ଆମେ ଆକ୍ୟୁଭ୍ୟୁ ବ୍ରାଣ୍ଡ୍‌କୁ ୧ ନମ୍ବର କରିବା ପ୍ରଚେଷ୍ଟାରେ ରହିଛୁ। ସେହିଭଳି ରଣବୀର ସିଂ କହିଛନ୍ତି, ଆକ୍ୟୁଭ୍ୟୁରେ ଯୋଗଦେଇ ମୁଁ ବେଶ୍‌ ଉତ୍ସାହିତ ଅଛି। ଭାରତରେ ଚକ୍ଷୁ ସ୍ବାସ୍ଥ୍ୟ ଉପରେ ବାର୍ତ୍ତାଳାପକୁ ଆଗେଇନେବା ଏକ ଆନନ୍ଦର ବିଷୟ। ଏହି ଅଭିଯାନ ମୋତେ ଚକ୍ଷୁ ସ୍ବାସ୍ଥ୍ୟର ମହତ୍ତ୍ୱ ବିଷୟରେ ଯୁବକମାନଙ୍କୁ ଅବଗତ କରିବା ସୁଯୋଗ ଦେବ। ଏହି ଅଭିଯାନ ଯୁବକମାନଙ୍କ ଭିତରେ ନିୟମିତ ଚକ୍ଷୁ ପରୀକ୍ଷା କରିବା ଓ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଉତ୍ସାହିତ କରିଥାଏ।

Share