ନୂଆଦିଲ୍ଲୀ,୭।୧୧: ଦେଶର ପ୍ରମୁଖ ସିମେଣ୍ଟ ନିର୍ମାତା କମ୍ପାନୀ ‘ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ୍’ର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ବିକ୍ରି ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର (୨ୟ ତ୍ରୈମାସ) ଶେଷ ସୁଦ୍ଧା ୧୬% ବୃଦ୍ଧି ହୋଇ ୧୩୦୨.୬୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତ ଆର୍ଥତ୍କ ବର୍ଷର ସମାନ ଅବଧି ମଧ୍ୟରେ ୧୧୧୮.୨୨ କୋଟି ଟଙ୍କା ହୋଇଥିଲା।
ସେହିଭଳି ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସରେ ଜେକେ ଲକ୍ଷ୍ମୀ ସିମେଣ୍ଟର ଲାଭ ଅନ୍ତର୍ଜାତୀୟ ଇନ୍ଧନ ମୂଲ୍ୟ ବୃଦ୍ଧି କାରଣରୁ ପ୍ରଭାବିତ ହୋଇଥିଲା। ତେବେ କମ୍ପାନୀ ପରିଚାଳନାଗତ ଦକ୍ଷତା, ପରିମାଣ, ପ୍ରଡକ୍ଟ ମିକ୍ସ ଓ ପ୍ରିମିୟମ ପ୍ରଡକ୍ଟ ବିକ୍ରି ବୃଦ୍ଧି କରି କିଛି ପରିମାଣରେ କ୍ଷତି ହ୍ରାସ କରିବାକୁ ମଧ୍ୟ ସକ୍ଷମ ହୋଇଛି। ଆଲୋଚ୍ୟ ତ୍ରୈମାସରେ କମ୍ପାନୀର ଇବିଆଇଡିଟିଏ ୧୬୦.୦୨ କୋଟି ଟଙ୍କା ରହିଛି, ଯାହା ଗତ ବର୍ଷର ସମାନ ସମୟ ମଧ୍ୟରେ ୧୭୮.୮୮ କୋଟି ଟଙ୍କା ଥିଲା। ସେହିପରି କମ୍ପାନୀର ପରିଚାଳନାଗତ ଲାଭ ହାର ୨ୟ ତ୍ରୈମାସରେ ୧୧% ହ୍ରାସ ହୋଇଛି। ପିବିଟି ମଧ୍ୟ ୮୯.୩୫ କୋଟି ଟଙ୍କାକୁ ହ୍ରାସ ପାଇଛି, ଯାହା ଗତ ବର୍ଷ ଏହି ସମୟ ମଧ୍ୟରେ ୧୦୮.୧୦ କୋଟି ଟଙ୍କା ଥିଲା। ଟିକସ ଓ ଅନ୍ୟାନ୍ୟ ବ୍ୟାପକ ଆୟ ପ୍ରଦାନ କରିବା ପରେ ଜେକେ ଲକ୍ଷ୍ମୀ ସିମେଣ୍ଟର ଲାଭ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ୫୯.୬୨ କୋଟି ଟଙ୍କାକୁ ହ୍ରାସ ପାଇଛି।