Posted inଜାତୀୟ

ଅମରନାଥ ଯାତ୍ରା ପରେ ଜମ୍ମୁ-କଶ୍ମିରରେ ହେବ ବିଧାନସଭା ନିର୍ବାଚନ: ରିପୋର୍ଟ

ନୂଆଦିଲ୍ଲୀ,୫।୭: ଅମରନାଥ ଯାତ୍ରା ପରେ ପରେ ଜମ୍ମୁ-କଶ୍ମିରରେ ଅନୁଷ୍ଠିତ ହୋଇପାରେ ବିଧାନସଭା ନିର୍ବାଚନ। ଅଗଷ୍ଟ ୨୯ ତାରିଖରେ ଅମରନାଥ ଯାତ୍ରା ଶେଷ ହେଉଥିଲା ବେଳେ ଭାଜପା ବରିଷ୍ଠ ନେତା ତଥା ଗୃହ ମନ୍ତ୍ରୀ ଅମିତ ଶାହା ରାଜ୍ୟ ନେତୃବୃନ୍ଦଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ବିଳମ୍ବିତ ରାତିରେ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଭାଜପା ରାଜ୍ୟ ୟୁନିଟ୍ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଦଳ ସମସ୍ତ ୯୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ଦେଇଛନ୍ତି।

ଅଗଷ୍ଟ ୨୦୧୯ ରେ ରାଜ୍ୟର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପୂର୍ବରୁ ଜମ୍ମୁ କଶ୍ମିରର ବିଧାନସଭା ନଭେମ୍ବର ୨୦୧୮ ରେ ଭଙ୍ଗ ହୋଇଯାଇଥିଲା। ଏହାପରେ କେନ୍ଦ୍ର ସରକାର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ।

ରାଜ୍ୟର ନେତାମାନଙ୍କୁ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ, ନିର୍ବାଚନ ପୂର୍ବରୁ ଭାଜପା କୌଣସି ଦଳ ସହିତ ଗଠବନ୍ଧନ କରିବାକୁ ଚାହୁଁନାହିଁ। ସେହିପରି ଦଳ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ମଧ୍ୟ ସାମ୍ନାକୁ ଆଣିବ ନାହିଁ ବୋଲି ନିଷ୍ପତ୍ତି ନେଇଛି।

ଆଗାମୀ ଦିନରେ ପ୍ରମୁଖ କେନ୍ଦ୍ର ମନ୍ତ୍ରୀ ଏବଂ ଭାଜପା ଜାତୀୟ ନେତାମାନେ ରାଜ୍ୟ ଗସ୍ତ କରିବେ ବୋଲି ଆଶା କରାଯାଉଛି। ଏହି ଦଳ ରାଜ୍ୟର ଲୋକଙ୍କ ସହ ଏକ ଜନ ଯୋଗାଯୋଗ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବ। ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଭାଜପା ମୁଖ୍ୟ ଜେ.ପି ନଡା ଶନିବାର ରାଜ୍ୟ ଗସ୍ତରେ ଆସି ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ମର୍ମନ୍ତୁଦ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମିର୍ଜାପୁର,୪ା୧୦: ଉତ୍ତରପ୍ରଦେଶର ମିର୍ଜାପୁରରେ  ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟରକୁ ଟ୍ରକ୍‌ ଧକ୍କା ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩ ଜଣ...

ଲଗେଜ୍‌ ହଜାଇ ଦେଲେ ଅନୁଷ୍କା ଶଙ୍କର: ସହାର୍ଯ୍ୟ ପାଇଁ କରିଥିଲେ…

ନୂଆଦିଲ୍ଲୀ,୪ା୧୦: ଖ୍ୟାତନାମା ସିତାର ବାଦକ ଅନୁଷ୍କା ଶଙ୍କର ଜର୍ମାନୀର ବର୍ଲିନ୍‌ରେ ତାଙ୍କ ଲଗେଜ୍‌ ହଜାଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା, ଯାହା ଅନେକ ସୋସିଆଲ...

ମହାରାଷ୍ଟ୍ରରେ ଯୁବତୀଙ୍କୁ ଗଣବଳାତ୍କାର

ପୁଣେ,୪ା୧୦: ମହାରାଷ୍ଟ୍ରର ପୁଣେରେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଛନ୍ତି। ଯୁବତୀ ଜଣକ ତାଙ୍କର ବନ୍ଧୁଙ୍କ ସହ ବୋପଦେବ ଘାଟ...

ବଡ଼ଧରଣର ଏନ୍‌କାଉଣ୍ଟର: ଗଡ଼ିଲା ଗୋଟିଏ ପରେ ଗୋଟିଏ ମାଓବାଦୀଙ୍କ ମୁଣ୍ଡ

ଦାନ୍ତଓ୍ବୋଡ଼ା,୪।୧୦: ଓଡ଼ିଶା ସିମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ଶୁକ୍ରବାର ସୁରକ୍ଷା କର୍ମୀଙ୍କୁ ଏକ ବଡ଼ଧରଣର ସଫଳତା ମିଳିଛି। ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ୩୬ଜଣ ମାଓବାଦୀ ନିହତ ହୋଇଥିବା...

ଏନସିପିର ଏକମାତ୍ର ବିଧାୟକ ଏବେ ଭାଜପାରେ

ରାଞ୍ଚି,୪।୧୦: ଝାଡ଼ଖଣ୍ଡ ଏନସିପି (ଅଜିତ ପାୱାର) ବିଧାୟକ ତଥା ଦଳର ରାଜ୍ୟ ସଭାପତି କମଲେଶ କୁମାର ସିଂ ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।...

ବଡ଼ ଭବିଷ୍ୟବାଣୀ: ମୁଖ୍ୟମନ୍ତ୍ରୀ ନୁହେଁ ପ୍ରଧାନମନ୍ତ୍ରୀ ହେବେ ପ୍ରଶାନ୍ତ କିଶୋର

ରୋହତାସ,୪।୧୦: ନିର୍ବାଚନ ରାଜନୀତିର ଚାଣକ୍ୟ ଭାବେ ବିବେଚିତ ପ୍ରଶାନ୍ତ କିଶୋର ଜନ ସୁରାଜ ନାମକ ଏକ ଦଳ ଘୋଷଣା କରିଛନ୍ତି। ପିକେଙ୍କ ଏହି ନିଷ୍ପତ୍ତିକୁ ନେଇ...

ନୀତୀଶ କୁମାରଙ୍କ ବଡ଼ ଘୋଷଣା: ବିଜୟା ଦଶମୀ ପୂର୍ବରୁ…

ପାଟନା,୪।୧୦: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ବନ୍ୟା ପୀଡିତଙ୍କୁ ପ୍ରତ୍ୟେକଙ୍କୁ ୭ ହଜାର ଟଙ୍କା ଦିଆଯିବ। ଶୁକ୍ରବାର ଅପରାହ୍ନରେ...

୫ ହଜାର ନୁହେଁ ମହିଳାଙ୍କ ଖାତାକୁ ଯିବ ୫୦ହଜାର ଟଙ୍କା, ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ସରକାର ମହିଳାଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ଲକ୍ଷ୍ୟରେ ଆଉ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri