Categories: ଜାତୀୟ

ଜମ୍ମୁ କଶ୍ମୀର ସଂରକ୍ଷଣ ଏବଂ ପୁନର୍ଗଠନ ବିଲ୍ ଲୋକସଭାରେ ପାରିତ

ନୂଆଦିଲ୍ଲୀ,୬।୧୨: ଜମ୍ମୁ କଶ୍ମୀର ସଂରକ୍ଷଣ (ସଂଶୋଧନ) ଏବଂ ଜମ୍ମୁ କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୩ ଲୋକସଭାରେ ପାରିତ ହୋଇଛି। ଜୁଲାଇ ୨୬, ୨୦୨୩ ରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା ବେଳେ ବୁଧବାର ଲୋକସଭାରେ ଏହି ବିଲ୍ ଉପରେ ଆଲୋଚନା ପରେ ପାରିତ ହୋଇଥିଲା। ଏହା ୨୦୦୪ ର ଜମ୍ମୁ କଶ୍ମୀର ସଂରକ୍ଷଣ ଅଧିନିୟମର ସଂଶୋଧନ କରିବ ଏବଂ ଜମ୍ମୁ କଶ୍ମୀର ପୁନର୍ଗଠନ ୨୦୧୯ ଆଇନର ମଧ୍ୟ ସଂଶୋଧନ କରିବ।

ଏହି ବିଲ୍ ମାଧ୍ୟମରେ ଯେଉଁମାନେ ଆତଙ୍କବାଦର ଭୟଙ୍କର ଦୁଖଦଃ ଘଟଣା ଭୋଗିଛନ୍ତି ସେମାନେ ଶକ୍ତି ପାଇବେ। ଯେଉଁମାନେ ନିଜ ଦେଶରୁ ବିସ୍ଥାପିତ ହେଉଛନ୍ତି ଏବଂ ନିଜ ଦେଶରୁ ଉଚ୍ଛେଦ କରୁଛନ୍ତି ସେମାନଙ୍କ ଅଧିକାର ଏବଂ ସଶକ୍ତିକରଣ ପାଇଁ ଏହି ବିଲ୍। ଶାହା କହିଛନ୍ତି ଯେ ଆତଙ୍କବାଦ ଯୋଗୁଁ ୪୬୬୩୧ ପରିବାର ଏବଂ ୧୫୭୯୬୭ ଲୋକ ନିଜ ସହର ଛାଡି ବିସ୍ଥାପିତ ହୋଇ ଅନ୍ୟ ରାଜ୍ୟରେ ରହୁଛନ୍ତି।

ପାକିସ୍ତାନ ସହିତ ପ୍ରଥମ ଯୁଦ୍ଧ ପରେ ୩୧୭୭୯ ପରିବାର ପିଓକେରୁ ବିସ୍ଥାପିତ ହୋଇଛନ୍ତି, ୨୬୩୧୯ ପରିବାର ଜମ୍ମୁ କଶ୍ମୀରରେ ବସବାସ କରିଛନ୍ତି ଏବଂ ୫୪୬୦ ପରିବାର ସାରା ଦେଶରେ ବସବାସ କରିଛନ୍ତି। ତେଣୁ ସମସ୍ତ ବର୍ଗର ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ ଏହି ବିଲର ଆବଶ୍ୟକତା ରହିଥିଲା। ତେଣୁକରି ରାଜ୍ୟରେ ବିଧାନସଭା ଆସନ ବୃଦ୍ଧି କରିବା କେନ୍ଦ୍ର ସରକାର ଅନୁଭବ କରିଥିଲେ। ଆଗରୁ ଜମ୍ମୁରେ ୩୭ ଆସନ ଥିଲା, ଏବେ ୪୩ ରହିଛି। ସେହିଭଳି କଶ୍ମୀରରେ ପୂର୍ବରୁ ୪୬ ଆସନ ଥିଲା ଏବେ ୪୭ ରହିଛି ଏବଂ ପିଓକେରେ ୨୪ ଆସନ ସଂରକ୍ଷଣରେ ରହିଛି କାରଣ ଏହା ଆମର ଅଟେ।”

Share