Posted inଜାତୀୟ

‘ଘୋଷଣା ପୂର୍ବରୁ ଭାଜପା ନେତାଙ୍କ ପାଖରେ ଖବର,EC ଏବେ କାଠକଣ୍ଡେଇ’

ରାଞ୍ଚି,୧୫।୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ କମିଶନ ମଙ୍ଗଳବାର କାର୍ଯ୍ୟକ୍ରମର ଘୋଷଣା କରିବେ। ଏନେଇ କମିଶନଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇ ସୂଚନା ଦିଆଯାଇଛି। ଏସବୁ ମଧ୍ୟରେ ଝାଡ଼ଖଣ୍ଡ ନିର୍ବାଚନ ତାରିଖ ଘୋଷଣାକୁ ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ଭାଜପାକୁ କଟାକ୍ଷ କରିଛି। ଘୋଷଣାର ଦିନକ ପୂର୍ବରୁ ଭାଜପା ଏନେଇ ଜଣାଇଥିବା ଦଳ ଅଭିଯୋଗ କରିଛି।

ଜେଏମ୍‌ଏମ୍‌ ନେତା ମନୋଜ ପାଣ୍ଡେ କହିଛନ୍ତି, ଆମେ ନିର୍ବାଚନ ଲାଗି ସର୍ବଦା ପ୍ରସ୍ତୁତ। ହେଲେ ଆଜି ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି। ଏନେଇ ଭାଜପା ନେତାଙ୍କୁ କାଲିଠାରୁ ସୂଚନା ମିଳିସାରିଛି। ଏହା ବହୁତ ଗମ୍ଭୀର ବିଷୟ। କ’ଣ ଭାଜପା ନେତାଙ୍କ ଇଙ୍ଗିତରେ ନିର୍ବାଚନ କମିଶନ କାମ କରୁଛନ୍ତି? ହିମନ୍ତ ବିଶ୍ୱ ସରମା କାଲି ନିଜର ଏକ ବୟାନରେ ଆଜି ନିିର୍ବାଚନ ନେଇ ଘୋଷଣା ହେବ ବୋଲି କହିଥିଲେ। କୌଣସି କମିଶନକୁ ଏଭଳି ଭାବେ କଣ୍ଡେଇ ଭଳି ରଖିବା ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି।

ଏହାଛଡ଼ା ଦଳ ଆହୁରି ମଧ୍ୟ କହିଛି ଯେ, ଝାଡ଼ଖଣ୍ଡ ନିର୍ବାଚନ ସମୟର ଗୋଟିଏ ମାସ ପୂର୍ବରୁ ହେଉଛି। କାଲି ଭାଜପା ପ୍ରଭାରୀ ଘୋଷଣା କରିଥିଲେ। ତାହା ହିଁ ହୋଇଛି। ମାଲିକ ସବୁକିଛି ଠିକ୍‌ କରିଦେଇଛନ୍ତି। କିଭଳି କଥା ଏସବୁ। ଏନେଇ କ’ଣ କମିଶନ କିଛି କହିବେ ବୋଲି ଦଳ ପ୍ରଶ୍ନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୬।୧୦: କେନ୍ଦ୍ର ସରକାର ଆଜି କ୍ୟାବିନେଟ ବୈଠକରେ  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି...

ହୋଇଗଲା ନିଷ୍ପତ୍ତି: ନାୟବ ସିଂ ସାଇନି ହେବେ ହରିୟାଣାର ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୬।୧୦: ଭାଜପା ହରିୟାଣାରେ ବିଧାୟକ ଦଳର ନେତା ଚୟନ କରିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ନାୟବ ସିଂ ସାଇନି...

ହେଜବୋଲ୍ଲାର ପେଜରଠାରୁ ଅଧିକ ଶକ୍ତିଶାଳୀ ଇଭିଏମ୍‌, କଂଗ୍ରେସର ଦାବିକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୧୬।୧୦: ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ନେତା ରସିଦ ଅଲଭି ମଙ୍ଗଳବାର ବାଲାଟ ପେପର ମାଧ୍ୟମରେ ଭୋଟ ଦେବାକୁ...

ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ

ଶ୍ରୀନଗର,୧୬।୧୦: ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ସରକାର ବୁଧବାର ଶପଥ ଗ୍ରହଣ କରିଛନ୍ତି। ଓମାର ଅବଦୁଲ୍ଲା କଶ୍ମୀରର ଇଣ୍ଟର ନ୍ୟାଶନାଲ କନଭେନଶନ ସେଣ୍ଟରରେ ପ୍ରଥମ...

ବାବା ସିଦ୍ଦିକୀ ହତ୍ୟାକାଣ୍ଡ: ୟୁଟ୍ୟୁବ ଦେଖି ଗୁଳି ଚଳାଇବା ଶିଖିଥିଲେ ଅଭିଯୁକ୍ତ

ମୁମ୍ବାଇ,୧୬।୧୦: ଶନିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଭେଟେରାନ ଏନସିପି ନେତା ଅଜିତ ପାୱାର ଗ୍ରୁପର ବାବା ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା...

ଯେବେ ମେଜର ଜେନରାଲଙ୍କ ଝିଅଙ୍କୁ ଭଲପାଇ ବସିଥିଲେ ଓମାର ଅବଦୁଲ୍ଲା, କୋର୍ଟରେ ପହଞ୍ଚିଥିଲା ମାମଲା…

ନୂଆଦିଲ୍ଲୀ,୧୬।୧୦: ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଆଜି ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ୫୪ ବର୍ଷୀୟ ଅବଦୁଲ୍ଲା ଦ୍ୱିତୀୟ ଥର...

‘ପ୍ରତିଟି ଭାରତୀୟ ଆପଣଙ୍କ ନିକଟରେ ଋଣି ରହିବେ’, ଭାଇରାଲ ହେଉଛି ରତନ ଟାଟାଙ୍କ ଏମିତି ଏକ ଚିଠି

ନୂଆଦିଲ୍ଲୀ,୧୬।୧୦: ଦେଶର ବିଜନେସ ଟାଇକୁନ ରତନ ଟାଟାଙ୍କର ବୁଧବାର ରାତିରେ (୯ ଅକ୍ଟୋବର ୨୦୨୪)ରେ ୮୬ ବର୍ଷ ବୟସରେ ମୁମ୍ବାଇର ଏକ ଡାକ୍ତରଖାନାରେ ପରଲୋକ ହୋଇଛି।...

ନୂଆ କାର୍‌ ଆଗରେ ଲଙ୍କା-ଲେମ୍ବୁ ଟାଙ୍ଗିଲେ ଜର୍ମାନ ରାଷ୍ଟ୍ରଦୂତ: ନଡ଼ିଆ ଭାଙ୍ଗିବା ପରେ… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଯେତେବେଳେ ବି ଏକ ନୂତନ ଜିନିଷ ଘରକୁ ଆସେ, କେବଳ ଏହାକୁ ପୂଜା କରାଯାଏ ନାହିଁ, ବରଂ ଲେମ୍ବୁ ଏବଂ ଲଙ୍କା ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri