Categories: ଜାତୀୟ

ଝାଡ଼ଖଣ୍ଡ ବାହାରକୁ ବିଧାୟକଙ୍କୁ ପଠାଇବାକୁ ଚାହୁଁଛି ଜେଏମଏମ ମେଣ୍ଟ, ହେଲେ ବାଧକ ସାଜିଲା ପାଗ

ରାଞ୍ଚି,୧।୨: ଛାଡଖଣ୍ଡରେ ଲାଗି ରହିଥିବା ରାଜନୈତିକ ବିବାଦ ମଧ୍ୟରେ ନୂଆ ସରକାର ଗଠନ ହେବାକୁ ସମସ୍ତେ ଅପେକ୍ଷା କରି କରିଛନ୍ତି। ଏହି ସମୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚ(ଜେଏମଏମ)-କଂଗ୍ରେସ-ଆରଜେଡି ମେଣ୍ଡ ତା’ର ବିଧାୟକମାନଙ୍କୁ ଝାଡଖଣ୍ଡ ବାହାରକୁ ପଠାଇବାକୁ ଯୋଜନା କରୁଥିବା ଜଣାପଡିଛି।
ଏହି ବିଧାୟକମାନଙ୍କୁ ନେଇ ଯାଉଥିବା ଏକ ବସକୁ ରାଞ୍ଚି ବିମାନ ବନ୍ଦର ବାହାରେ ଦେଖିବାକୁ ମିଳିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିଧାୟକମାନେ ରାଞ୍ଚି ବିମାନ ବନ୍ଦରରୁ ଏକ ବିମାନ ଯୋଗେ ହାଇଦ୍ରାବାଦ ଯାଇପାରନ୍ତି। ହେଲେ ଲୋ ଭିଜିବିଲିଟି ପାଇଁ ଏବେ ପର୍ଯ୍ୟନ୍ତ ବିମାନଟି ରାଞ୍ଚିି ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରି ପାରି ନ ଥିବା ଜଣାପଡିଛି।
ଏପଟେ ରାଞ୍ଚି ଏୟାରପୋର୍ଟ ବାହାରେ ଝାଡ଼ଖଣ୍ଡ କଂଗ୍ରେସର ସଭାପତି ରାଜେଶ ଠାକୁର ଦାବି କରିଛନ୍ତି ଯେ ସରକାର ଗଠନ କରିବାକୁ ତାଙ୍କ ନିକଟରେ ଯଥେଷ୍ଟ ସଂଖ୍ୟାରେ ବିଧାୟକ ରହିଛନ୍ତି।

Share