ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି କରାଉଛି ଜେଏନ୍‌ଟିଭିଟିଆଇ

ଭୁବନେଶ୍ୱର,୧୧।୨: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ପିପିଏଲ୍‌) ପକ୍ଷରୁ ଜେଏନ୍‌ ଟାଟା ଧନ୍ଦାମୂଳକ ତାଲିମ ପ୍ରତିଷ୍ଠାନ (ଜେଏନ୍‌ଟିଭିଟିଆଇ)ର ୧୭ଜଣ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତିଭିତ୍ତିକ ତାଲିମ ପାଇଁ ଜାମଶେଦପୁର ପଠାଯାଇଛି। ଏପରିକି ସମସ୍ତ ୧୭ ଜଣ ପ୍ରଶିକ୍ଷାର୍ଥୀ ସ୍ଥାନୀୟ ଅଞ୍ଚଳର ଛାତ୍ରୀଛାତ୍ର ବୋଲି ଜଣାପଡ଼ିଛନ୍ତି। ସେମାନେ ଜେଏନ୍‌ଟିଭିଟିଆଇ ବାଲିଆପାଳଠାରେ ସାଇଟ୍‌ ସେଫ୍‌ଟି ସର୍ଭେୟର ପାଠ୍ୟକ୍ରମରେ ପାଠ ପଢ଼ୁଥିଲେ। ସେହିଭଳି ଏହି ପ୍ରଶିକ୍ଷାର୍ଥୀମାନେ ନିଜ ଶ୍ରେଣୀଗୃହ ତାଲିମ ଶେଷ କରିଛନ୍ତି। ଏପରିକି ବର୍ତ୍ତମାନ ସେମାନେ ଜାମଶେଦପୁରଠାରେ ନିଯୁକ୍ତିଭିତ୍ତିକ ତାଲିମ ଗ୍ରହଣ କରିବେ। ଉଲ୍ଲେଖଯୋଗ୍ୟ, ପୂର୍ବ ବ୍ୟାଚ୍‌ର ୧୬ଜଣ ଛାତ୍ରୀଛାତ୍ର ନିକଟରେ ସେମାନଙ୍କ ତାଲିମ ଶେଷକରି ସଫଳତାର ସହ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ଏପରିକି ସ୍ଥାନୀୟ ଯୁବତୀଯୁବକମାନଙ୍କ ନିଯୁକ୍ତି ହାସଲ କରିବା କ୍ଷମତାକୁ ବଢ଼ାଇବା ଲାଗି ସେମାନଙ୍କ ଦକ୍ଷତା ବିକାଶ ଉପରେ ଜେଏନ୍‌ଟିଭିଟିଆଇ ଗୁରୁତ୍ୱ ଦେବା ପାଇଁ ଏସ୍‌ପିପିଏଲ୍‌ ନିରନ୍ତର ଉଦ୍ୟମ ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ଏସ୍‌ପିପିଏଲ୍‌ ପ୍ରକଳ୍ପ ଆଖପାଖ ଅଞ୍ଚଳର ସ୍ଥାନୀୟ ଲୋକମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବା ଲାଗି ବାଲିଆପାଳଠାରେ ଜେଏନ୍‌ଟିଭିଟିଆଇର ଏକ କେନ୍ଦ୍ର ଖୋଲାଯାଇଥିଲା। ସମାଜର ସାମଗ୍ରିକ ବିକାଶ ପାଇଁ ଏସ୍‌ପିପିଏଲ୍‌ ପ୍ରତିବଦ୍ଧ ରହିଛି। ତେଣୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଉକ୍ତ କାର୍ଯ୍ୟକ୍ରମ ଓ ପଦକ୍ଷେପ ବେଶ୍‌ କାର୍ଯ୍ୟକାରୀ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ଜେସିବିର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୩।୧୧: ଜେସିବି ଇଣ୍ଡିଆ ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଫୁଏଲ ମାଷ୍ଟର ଜେସିବି ନେଷ୍ଟ ୨୧୫ ଏଲ୍‌ସି ଏକ୍ସାଭେଟର’ର ଅନାବରଣ...

ଡ୍ରିମ୍‌ସ ଅଧ୍ୟକ୍ଷଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ

ଭୁବନେଶ୍ୱର,୨୩।୧୧ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପ୍‌ ଏବଂ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଠ ଉଦ୍ୟୋଗପତି ଡ.ପ୍ରମୋଦ...

ଶେଷ ଦିନରେ ନିବେଶକ ଯୋଡ଼ିଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୩।୧୧: ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ପୁଞ୍ଜି ବଜାର କାରବାର ବେଶ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ...

ଜାନୁଆରୀ ୧ରୁ ବଦଳିଯିବ ଟେଲିକମର ଏହି ନିୟମ, Jio, Airtel, BSNL, Vi ଉପରେ ପଡ଼ିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୧: ସରକାର ଟେଲିକମ ନିୟମରେ ସମୟ ସମୟରେ ପରିବର୍ତ୍ତନ କରନ୍ତି। ଟେଲିକମ ଆକ୍ଟରେ କିଛି ନିୟମ ଯୋଡା ଯାଇଥିଲା, ଯାହାକୁ ସମସ୍ତ ରାଜ୍ୟ ମଧ୍ୟ ପାଳନ...

ଜୋମାଟୋରେ ନିଯୁକ୍ତି ସୁଯୋଗ: ୨୦ ଲକ୍ଷ ଦେଇ ବର୍ଷେ ମାଗଣା କାମ, ଦ୍ୱିତୀୟ ବର୍ଷରେ କମ୍ପାନୀ ଦେବ ଏତେ…

ନୂଆଦିଲ୍ଲୀ,୨୧।୧୧: ଅନଲାଇନ ଖାଦ୍ୟ ବିତରଣ ଆପ ଜୋମାଟୋରେ ବଡ ନିଯୁକ୍ତି ବାହାରିଛି। ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ନିଜେ ଏହି ବିଷୟରେ ଏକ୍ସରେ ସୂଚନା ଦେଇଛନ୍ତି।...

ଆମେରିକାର ଅଭିଯୋଗ ଆଣିବାର କେଇ ମିନିଟ୍‌ ମଧ୍ୟରେ ବୁଡିଲା ଆଦାନୀଙ୍କ ଶେୟାର, ୨.୨୪ ଲକ୍ଷ କୋଟି ଟଙ୍କାର କ୍ଷତି…

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଲାଗିଛି ଆଜି ସକାଳୁ ସକାଳୁ ଲାଗିଛି ବଡ଼ ଝଟ୍‌କା। ଆମେରିକାରେ ଅଭିଯୋଗ ଆଣିଛି କି, ସେ ତାଙ୍କ କମ୍ପାନୀ...

ମାତ୍ର ୫୧ ଟଙ୍କାରେ ବର୍ଷସାରା ମିଳିବ ୫ଜି ଡାଟା, ଜିଓର ସ୍ପେଶାଲ ଅଫର୍‌…

ନୂଆଦିଲ୍ଲୀ,୨୦।୧୧: ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଏକ ସ୍ବତନ୍ତ୍ର ଭାଉଚର ପ୍ରଦାନ କରୁଛି । ମାତ୍ର ୬୦୧ ଟଙ୍କାରେ 5G ଅପଗ୍ରେଡ...

ପ୍ଲାଟ୍‌ଫର୍ମରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଯୋଗ

ନୂଆଦିଲ୍ଲୀ,୨୦।୧୧: ଦେଶର ପ୍ରମୁଖ ଇ- କମର୍ସ ପ୍ଲାଟ୍‌ଫର୍ମ ମିଶୋ ଅନ୍‌ଲାଇନ ଠକେଇ ବିରୋଧରେ ଲଢ଼େଇ କରିବା ସହ ପ୍ଲାଟ୍‌ଫର୍ମରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିଛି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri