Advertisement

OSSC ୨୫ କିଲୋମିଟର ଦୌଡ଼ ପରୀକ୍ଷା ବେଳେ ଅଘଟଣ: ଚାକିରି ଅଶାୟୀଙ୍କ ମୃତ୍ୟ

ସୁନ୍ଦରଗଡ,୪।୩(ଜୟ ନାରାୟଣ ମେଣ୍ଡୁଳି): ଓଏସ୍‌ଏସ୍‌ସି ଦ୍ୱାରା ଆୟୋଜିତ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରୀକ୍ଷକ ପଦବୀ ପାଇଁ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଘଟିଛି ଦୁଃଖଦ ଘଟଣା। ଏହି ପରୀକ୍ଷା ଦୌଡ଼ ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ମୃତ ପ୍ରାର୍ଥୀଙ୍କ ନାମ ପ୍ରବୀଣ କୁମାର ପଣ୍ଡା,ତାଙ୍କ ଘର ରାଉରକେଲା ଟାଙ୍ଗରପାଲି ଥାନା ଅଞ୍ଚଳରେ ଜଣାଯାଇଛି।

ଏହି ପରୀକ୍ଷାର ବ୍ୟାଚ ନମ୍ବର ଏ-୦୨ ଥିଲେ। ସେ ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ଆବେଦନ କରିଥିଲେ।ମଙ୍ଗଳବାର ସକାଳେ ସୁନ୍ଦରଗଡ ଭବାନୀପୁରରୁ ବାରଗଡ଼ ପର୍ଯ୍ୟନ୍ତ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିବା ବେଳେ ସଦର ଥାନା ଅଞ୍ଚଳର କିରେଇ ନିକଟରେ ସେ ଅଚେତ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ସୁନ୍ଦରଗଡ ସରକାରୀ ମେଡ଼ିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା।

କିନ୍ତୁ ସେଠାରେ ପହଞ୍ଚି ବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଇଥିଲେ। ଏହି ଅଘଟଣା କାରଣରେ ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ଅନ୍ୟାନ୍ୟ ପ୍ରାର୍ଥୀମାନେ ଅତ୍ୟନ୍ତ ଦୁଃଖିତ ହୋଇପଡ଼ିଛନ୍ତି। ଓଏସ୍‌ଏସ୍‌ସି ଦ୍ୱାରା ଏହି ଅଘଟଣା ବିଷୟରେ ତଦନ୍ତ ଆରମ୍ଭ କରାଯାଇଛି। ଖବରପାଇ ସୁନ୍ଦର ଗଡ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ ଘଟଣାର ଅନୁଧ୍ୟାନ ସହ, ସଦରଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share