ଆଇଆର୍‌ଇରେ ଚାକିରି ଦାବି: ମୃତକଙ୍କ ପରିବାର ସଦସ୍ୟଙ୍କ ଧାରଣା

ଛତ୍ରପୁର,୧୧।୧: ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୂର୍ତ୍ତିକା (ଆଇଆର୍‌ଇ) ପ୍ଲାଣ୍ଟରେ ନିଯୁକ୍ତି ଦାବି କରି ମୃତ କର୍ମଚାରୀଙ୍କ ପରିବାର ସଦସ୍ୟମାନଙ୍କ ପକ୍ଷରୁ ବୁଧବାରଠାରୁ ମୁଖ୍ୟ ଫାଟକ ଆଗରେ ଧାରଣା ଆରମ୍ଭ ହୋଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି କୁହାଯାଇଛି । ଏ ସମ୍ପର୍କରେ ପ୍ରଶାସନ ଓ ଆଇଆର୍‌ଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ କୋଣସି ପଦକ୍ଷେପ ନିଆଯାଉନାହିଁ। ୨୦୧୮ରୁ ମୃତ କର୍ମଚାରୀଙ୍କ ପରିବାରସଦସ୍ୟଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦିଆଯାଉ ନ ଥିବା କୁହାଯାଇଛି। ଅବନୀକାନ୍ତ ସାହୁ, ନୃସିଂହ ଗୌଡ଼, ତପନ ପାତ୍ର, ମହମଦ ମହସିନ, ସୋନୁ କୁମାର ଜାନି, ବାହିନୀପତି ବେହେରା, ପ୍ରମିତା ପ୍ରଧାନ ପ୍ରମୁଖ ୪୦ରୁ ଊର୍ଦ୍ଧ୍ୱ ପରିବାର ସଦସ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି।

Share