ଚାକିରି ନିୟମିତ ଦାବି

କେନ୍ଦୁଝର,୪ା୧୦(ସ୍ବ.ପ୍ର.): ଚାକିରି ନିୟମିତ କରିବାକୁ ବହୁ ଭାଷୀ ଶିକ୍ଷକ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଜଣାଇବା ସହ ସରକାରଙ୍କୁ ଦାବି କରିଛନ୍ତି। ସୋମବାର ଜିଲାର ବହୁଭାଷୀ କନିଷ୍ଠ ଶିକ୍ଷକ ସଂଘର ସଦସ୍ୟା/ସଦସ୍ୟମାନେ ସୁନିଲ କୁମାର ସମାଡଙ୍କ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୨୦୧୩-୧୪ ମସିହାରେ ରାଜ୍ୟର ୧୫ ଜିଲାର ୨୧ ଟି ଭାଷାରେ ୩ ହଜାର ଶିକ୍ଷକ ନିଯୁକ୍ତି ପାଇଥିଲେ। ଏହି ଜିଲାରେ ହୋ, ସାନ୍ତାଳ, ଜୁଆଙ୍ଗ ଭାଷାରେ ୩୧୨ ଜଣ ନିଯୁକ୍ତି ପାଇଛନ୍ତି। ତିନି ବର୍ଷରେ କନିଷ୍ଠ ଶିକ୍ଷକ ଓ ସିଟି/ବିଏଡି କରି ଓଟିପାସ କରିଥିଲେ ଛଅ ବର୍ଷରେ ନିୟମିତ ହୋଇ ପାରିବେ ବୋଲି ନିୟମ ରହିଛି ବୋଲି ସେ କହିଛନ୍ତି। ଏଣୁ ସେଭଳି ସିଟି/ବିଏଡି ପାସ କରିବା ସହ ଓଟିଇଟି ପାସ କରିଥିବା ନିୟମିତ ଶିକ୍ଷକ ଭାବେ ଗ୍ରହଣ କରିବାକୁ ସଂଘ ପକ୍ଷ ରୁ ଦାବି କରାଯାଇଛି।

Share