ରୋଜଗାର ମେଳା ଓ ବେରୋଜଗାର

ଶୈଳେନ୍ଦ୍ର ଦ୍ୱିବେଦୀ

 

ନିକଟରେ (ସେପ୍ଟେମ୍ବର ୨୩, ୨୦୨୩) ଦେଶବ୍ୟାପୀ (୪୬ ସ୍ଥାନରେ) ଅନୁଷ୍ଠିତ ହୋଇଥିବା ‘ପ୍ରତୀୟମାନ’ ବା ‘ଭର୍ଚୁଆଲ’ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧,୦୦୦ ଯୁବତୀଯୁବକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏଇଠି କହିରଖେ, ଏସବୁ ନିଯୁକ୍ତି ସହ ସାମିଲ ବେଶ୍‌ କିଛି ସରକାରୀ ବିଭାଗ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ। ଏଣେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ରହିଛି ଡାକ ବିଭାଗ, ଅଡିଟ୍‌ ଓ ଆକାଉଣ୍ଟସ, ରାଜସ୍ବ , ଉଚ୍ଚଶିକ୍ଷା, ଆଣବିକ ଶକ୍ତି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପ୍ରତିରକ୍ଷା ପରି ବିଭାଗ। ସରକାରଙ୍କ ତରଫରୁ କୁହାଯାଇଛି, ୨୦୨୨ରୁ ଆରମ୍ଭ ହୋଇଥିବା ରୋଜଗାର ମେଳା ଆମ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ନେଇ ରହିଥିବା ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ଓ ପ୍ରତିବଦ୍ଧତାକୁ ଇଙ୍ଗିତ କରୁଛି। ଏହା ବାଦ୍‌ ଦେଶର ସର୍ବାଙ୍ଗୀନ ଉନ୍ନତିରେ ଯୁବପିିଢ଼ିକୁ ଆଗକୁ ନେବାକୁ ପ୍ରୋତ୍ସାହିତ କରୁଛି। ଜଣାପଡ଼ିଛି, ନୂତନ ଭାବେ ଯୋଗଦେବାକୁ ଥିବା ପ୍ରାର୍ଥୀମାନେ କର୍ମଯୋଗୀ ପ୍ରାରମ୍ଭ ଇ-ପୋର୍ଟାଲ ମାଧ୍ୟମରେ ୬୮୦ କିସମର ଇ – ଲର୍ନିଂ କୋର୍ସ କରିବାର ସୁଯୋଗ ପାଇବେ। ଭଲ କଥା। ସତସତିକା ପ୍ରଗତି ହେଉ ବା ନ ହେଉ, ଗତ କେତେ ବର୍ଷ ଧରି ଭାରତର ଇ-ପ୍ରଗତି/ଡି-ପ୍ରଗତି ବା ଡିଜିଟାଲ ପ୍ରଗତି ବାରି ହୋଇପଡୁଛି।
ସରକାରୀ ସୂତ୍ର ଅନୁସାରେ ଗତ ଅକ୍ଟୋବର ୨୦୨୨ରୁ ଏ ପର୍ଯ୍ୟନ୍ତ ୫.୫ ଲକ୍ଷ ଯୁବତୀଯୁବକଙ୍କୁ ନିଯୁକ୍ତିପତ୍ର ଦିଆସରିଲାଣି ଏବଂ ଏହି କାର୍ଯ୍ୟକ୍ରମରେ ଅନ୍ତତଃ ୧୦ ଲକ୍ଷ ନିଯୁକ୍ତି ଦେବାପାଇଁ ଯୋଜନା ରହିଛି। ପାଠକେ, ଏଇଠି କହିରଖେ ଯେ ନିକଟରେ ଆମ ପ୍ରଧାନମନ୍ତ୍ରୀ ଖୋଦ୍‌ ସ୍ପଷ୍ଟ କରିଛନ୍ତି- କେବଳ ଗତ ୫ ବର୍ଷ ଭିତରେ ୧୩.୫୦ କୋଟି ଭାରତୀୟ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିବା ପାଇଁ ସମର୍ଥ ହୋଇଛନ୍ତି (ନୀତି ଆୟୋଗ ରିପୋର୍ଟ ଆଧାରରେ)। ନିକଟରେ ସେ ଏକଥା ମଧ୍ୟ କହିଛନ୍ତି, ଯେତେବେଳେ ସକାରାତ୍ମକ ଭାବନା ନେଇ କୌଣସି ନିଷ୍ପତ୍ତି ନିଆଯାଏ, ଅର୍ଥାତ୍‌ ଏହା ପଛରେ ନିହିତ ଉଦ୍ଦେଶ୍ୟ ସକାରାତ୍ମକ ରହିଥାଏ ଏବଂ ତାହା ଶୃଙ୍ଖଳା ଓ ସଂହତିର ସହ ସମ୍ପନ୍ନ ହୁଏ ସେତେବେଳେ ସମ୍ପୂର୍ଣ୍ଣ ବାତାବରଣରେ ରଚନାତ୍ମକ ତରଙ୍ଗ ଭରପୂର ହୋଇଯାଏ। ସେ କହିଛନ୍ତି, ଅମୃତ କାଳର ପ୍ରଥମ ବର୍ଷରେ ଦାରିଦ୍ର୍ୟ ହ୍ରାସ ପାଇବା ସହ ସମୃଦ୍ଧି ବୃଦ୍ଧି ପାଇବା ଖୁବ୍‌ ଭଲ ଖବର। ପ୍ରକୃତରେ ଶୁଣିବାକୁ କେତେ ଭଲ ନ ଲାଗୁଛି!
ପାଠକମାନଙ୍କ ପାଇଁ ଉଲ୍ଲେଖ କରୁଛି ଯେ ନୀତି ଆୟୋଗ ତଥ୍ୟ ମୁତାବକ ଦେଶରେ ଗତ ୯ ବର୍ଷ ଭିତରେ ଆୟକରଦାତାଙ୍କ ସଂଖ୍ୟା କ୍ରମଶଃ ବଢୁଛି। ୨୦୧୪ରେ ହାରାହାରି ଆୟକରଦାତାଙ୍କ ବାର୍ଷିକ ଆୟ ୪ଲକ୍ଷ ଟଙ୍କା ଥିଲା, ଯାହା ୨୦୨୩ରେ ବୃଦ୍ଧିପାଇଛି ୧୩ ଲକ୍ଷ ଟଙ୍କାକୁ। ଅର୍ଥାତ୍‌ ଆୟ ବି ଭଲ ବଢୁଛି। ପ୍ରଧାନମନ୍ତ୍ରୀ ଏକଥା ବି କହିଛନ୍ତି, ତମାମ ଦେଶବାସୀ ଅଧିକରୁ ଅଧିକ ସରକାରଙ୍କ ଉପରେ ଭରସା ରଖିଛନ୍ତି। ତେଣୁ ଦେଶର ବିକାଶ ପାଇଁ ଆଗକୁ ବାହାରି ସେମାନେ ଅଧିକରୁ ଅଧିକ କର ଦେବାପାଇଁ ପ୍ରସ୍ତୁତ ଅଛନ୍ତି। ତାହା ହିଁ କାରଣ ଭାରତୀୟ ଅର୍ଥନୀତି ଯାହା ୨୦୧୪ ପୂର୍ବରୁ ୧୦ ନମ୍ବରରେ ଥିଲା ଏବେ ୫ ନମ୍ବରରେ ରହିଛି। ସ୍କାମ୍‌ର ସମୟ ଆଉ ନାହିଁ। ଦୁର୍ନୀତିର ଆପାତତଃ ଅନ୍ତ ଘଟିଛି। ଏବେ ଯାହା ଗରିବ ଲୋକଙ୍କର ପ୍ରାପ୍ୟ ତାହା ସିଧାସଳଖ ଯାଉଛି ଲୋକଙ୍କ ଆକାଉଣ୍ଟକୁ।
ପାଠକେ, ପ୍ରାୟ ନିକଟରେ ଅଜିମ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ତରଫରୁ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ୨୦୨୧-୨୨ରେ ଶିକ୍ଷିତ ଯୁବତୀଯୁବକଙ୍କ ମଧ୍ୟରେ ଭାରତରେ ବେରୋଜଗାରି ରେକର୍ଡ ଛୁଇଁଥିଲା। ‘ଷ୍ଟେଟ୍‌ ଅଫ୍‌ ୱାର୍କିଂ ଇଣ୍ଡିଆ , ୨୦୨୩’ ଅନୁସାରେ ୪୨ ପ୍ରତିଶତ ଭାରତୀୟ ସ୍ନାତକ (୨୫ ବର୍ଷ ବୟସ ତଳେ) ବେରୋଜଗାରିକୁ ସାମ୍ନା କରୁଥିଲେ। ଯଦିଓ ମହାମାରୀ ପରେ ଅନେକ କ୍ଷେତ୍ରରେ ସ୍ଥିତି ସୁଧୁରିଛି ତଥାପି ଆଗକୁ ରହିଛି ଅନେକ ଅନ୍ଧାର। ଭାରତରେ ବେରୋଜଗାରିଙ୍କ ସଂଖ୍ୟା ବଢୁଛି , ତେବେ ତା’ ସହ ବୈଷମ୍ୟର ସ୍ଥିତି ଅଧିକ ଚିନ୍ତାଜନକ। ସମୃଦ୍ଧି ଭେଦିଛି ଖୁବ୍‌ କମ୍‌ ଲୋକଙ୍କୁ , ଯେଉଁମାନେ ଶିଡ଼ିର ଉପର ପାହାଚରେ ଅଛନ୍ତି। ଅନୁସୂଚିତ ଜନଜାତିଙ୍କ ମଧ୍ୟରୁ ୨୨ ପ୍ରତିଶତ କର୍ମକ୍ଷେତ୍ରରୁ ନିୟମିତ ବେତନ ପାଉଥିବା ବେଳେ ଅନ୍ୟମାନଙ୍କ ତୁଳନାରେ ସେଇମାନେ ହିଁ ଅଧିକ ନିଯୁକ୍ତ ଅଣସଙ୍ଗଠିତ କ୍ଷେତ୍ରଗୁଡ଼ିକରେ, ଯେଉଁଠି ନିୟମିତ ମଜୁରି/ଦରମା, ଛୁଟି, ବୀମା ଏବଂ ସ୍ବାସ୍ଥ୍ୟ ସେବା ଇତ୍ୟାଦି ସୁବିଧା ସୁଯୋଗ ନାହିଁ। ଉଦ୍ୟୋକ୍ତାମାନଙ୍କ ସଂଖ୍ୟା ଦେଶରେ ତ ବଢୁଛି, କିନ୍ତୁ ଉଭୟ ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ଉଦ୍ୟୋଗୀ ସଂଖ୍ୟା ଯଥେଷ୍ଟ କମ୍‌। ୨୦ରୁ ଅଧିକ କର୍ମଚାରୀ ରଖିଥିବା ଉଦ୍ୟୋଗପତିମାନେ କଦାଚିତ ଏଇ ବର୍ଗମାନଙ୍କ ଭିତରୁ ଆସିଛନ୍ତି। ମହିଳାମାନଙ୍କ ନିଯୁକ୍ତିକୁ ନେଇ ବୈଷମ୍ୟ ହ୍ରାସ ପାଉଥିଲେ ହେଁ ଏହା ଆଦୌ ସନ୍ତୋଷଜନକ ନୁହେଁ। ପୁରୁଷମାନେ ଯାହା ରୋଜଗାର କରନ୍ତି ମହିଳାମାନେ ପାଆନ୍ତି ତା’ର ୭୬ ପ୍ରତିଶତ। କେବଳ ସେତିକି ନୁହେଁ, ସର୍ବାଧିକ ମହିଳା ନିଯୁକ୍ତି ଅଣସଙ୍ଗଠିତ କ୍ଷେତ୍ରଗୁଡ଼ିକରେ ଓ ଗ୍ରାମାଞ୍ଚଳରେ ଯେଉଁଠି ଲିଙ୍ଗଗତ ହିଂସା ସମ୍ଭାବନା ଅଧିକ।
ରିପୋର୍ଟ ଉଲ୍ଲେଖ କରିଛି, ଅଧିକ ଅର୍ଥନୈତିକ ଅଭିବୃଦ୍ଧି ହାର ହାସଲ କରିବା ସହ ନିଯୁକ୍ତି ସୁଯୋଗ ବଢ଼ିବାର ସମାନୁପାତିକ ସମ୍ପର୍କ ନାହିଁ। ୨୦୦୪-୧୯ ଭିତରେ ନିଯୁକ୍ତି ସୁଯୋଗ ଖାସ୍‌ କରି ସୁହାଉଛି ପାରିବା ଲୋକକୁ। କରୋନା ପରବର୍ତ୍ତୀ ସମୟରେ ନିଯୁକ୍ତି ସୁଯୋଗ ବଢ଼ିଛି, ଯାହା ୨୫ ବର୍ଷ ବୟସ ତଳେ ରହିଥିବା ସ୍ନାତକମାନଙ୍କ ଭିତରୁ ୪୨ ପ୍ରତିଶତଙ୍କୁ ତଥାପି ବେରୋଜଗାର ରଖିଥିବା ବେଳେ ମୋଟାମୋଟି ୧୫ପ୍ରତିଶତ ସ୍ନାତକଙ୍କୁ ବେକାରି ଭେଟି ଦେଇଛି। ଚିନ୍ତାଜନକ ହେଉଛି ବର୍ତ୍ତମାନ ସମୟରେ ଭାରତରେ ବି ଜାତି, ଲିଙ୍ଗ ଏବଂ ଧର୍ମ ସହ ଯୋଡ଼ିହୋଇ ରହିଛି ନିଯୁକ୍ତି ସୁଯୋଗ। ଅନ୍ୟପକ୍ଷରେ ରିପୋର୍ଟ ଦର୍ଶାଇଛି ୨୦୦୪-୧୮ ଭିତରେ ଅସ୍ଥାୟୀ ନିଯୁକ୍ତି ବଢ଼ିଛି। ଏକଥା ଯଦିଓ ନୁହେଁ ଯେ ଯାହା ବାପାଙ୍କ ଜୀବନରେ ଘଟିଛି (ଅସ୍ଥାୟୀ ନିଯୁକ୍ତିରେ) ତା’ ପୁଅ ବି ସମାନ ନିଯୁକ୍ତିରେ, ସମାନ ଅଧ ସ୍ବପ୍ନରେ ସନ୍ତୁଷ୍ଟ ହେବ, କିନ୍ତୁ ଏତେ ବେଶି ସୁଯୋଗ ବି କାହିଁ ମୋଦିଙ୍କ ନୂତନ ଭାରତରେ, ଯେଉଁଠି ଦିନରେ ୨/୩ ଘଣ୍ଟା ପକୁଡ଼ି ବିକୁଥିବା ପିଲାଟିର ରୋଜଗାର ହିସାବ ରଖିବା ପାଇଁ ପରିସଂଖ୍ୟାନବିତ୍‌ ପରିଶ୍ରମ କରୁଛନ୍ତି !
ଜଣାପଡ଼ିଛି ବୟସ ବଢ଼ିବା ସଙ୍ଗେ ସଙ୍ଗେ ସ୍ନାତକମାନଙ୍କ ନିଯୁକ୍ତି ସମ୍ଭାବନା ଅବଶ୍ୟ ବଢୁଛି, ତେବେ ତାହା ସ୍ଥାୟୀ ନିଯୁକ୍ତି ନୁହେଁ। ରିପୋର୍ଟରେ ଉଲ୍ଲେଖ ରହିଛି, ଦିନକୁ ଦିନ ଅଧିକ ଲୋକେ ଚାଷରୁ ମୁହଁ ଭାଙ୍ଗି ନେଉଛନ୍ତି। ଆପଣ ଚିନ୍ତା କରିପାରନ୍ତି।
ମୋ-୯୪୩୭୧୩୭୦୬୦
sailendradwivedi@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri