Posted inଫୁରସତ

ଆବେଦନର ୪୮ ବର୍ଷ ପରେ ନିଯୁକ୍ତି ଅଫର

ଲଣ୍ଡନ: ଟିଜି ହୋଡ୍‌ସନ (୭୦) ନାମ୍ନୀ ଜଣେ ପୂର୍ବତନ ଷ୍ଟଣ୍ଟ ଓମ୍ୟାନ୍‌
୪୮ ବର୍ଷ ପୂର୍ବେ ଏକ ମୋଟରସାଇକେଲ ଷ୍ଟଣ୍ଟ ରାଇଡର ଚାକିରି ପାଇଁ ଆବେଦନ କରିଥିଲେ। ତେବେ ଆବେଦନ କରିବାର ୪୮ ବର୍ଷ ପରେ ହୋଡ୍‌ସନ ସୋମବାର ତାଙ୍କର ନିଯୁକ୍ତି ପତ୍ରକୁ ଗ୍ରହଣ କରିଛନ୍ତି। ଦୀର୍ଘ ପ୍ରାୟ ୫ ଦଶନ୍ଧି ପରେ ଏହି ହଜିଯାଇଥିବା ନିଯୁକ୍ତି ପତ୍ର ଆସି ହୋଡ୍‌ସନଙ୍କ ନିକଟରେ ପହଞ୍ଚିଛି। ୧୯୭୬ ଜାନୁଆରୀରେ ହୋଡ୍‌ସନ ଏହି ଆବେଦନ କରିଥିବା ବେଳେ ଏତେବର୍ଷ ଧରି ଉକ୍ତ ନିଯୁକ୍ତି ପତ୍ରଟି ଡାକଘରର ଏକ ଡ୍ରୟର ପଛରେ ଫସି ରହିଥିଲା। ତେବେ ସୋମବାର ଏକ ହସ୍ତଲିଖନ ନୋଟ୍‌ ସହ ଏହି ନିଯୁକ୍ତିପତ୍ର ଆସି ହୋଡ୍‌ସନଙ୍କ ନିକଟରେ ପହଞ୍ଚିଛି। ଉକ୍ତ ନୋଟ୍‌ରେ ଲେଖା ହୋଇଛି, ଷ୍ଟେନସ୍‌ ପୋଷ୍ଟ ଅଫିସ୍‌ ଦ୍ୱାରା ବିଳମ୍ବିତ ବିତରଣ। ଏକ ଡ୍ରୟର ପଛରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବାରୁ ବିତରଣରେ ବିଳମ୍ବ ଘଟିଥିବା ଦର୍ଶାଇ ପୋଷ୍ଟ ଅଫିସ ପକ୍ଷରୁ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଛି।
ସମ୍ପୂର୍ଣ୍ଣ ଘଟଣାକୁ ନେଇ ହୋଡ୍‌ସନ କହିଛନ୍ତି, ଏହି ନିଯୁକ୍ତି ପତ୍ରର ଅପ୍ରତ୍ୟାଶିତ ଆଗମନ ଦ୍ୱାରା ସେ ତାଙ୍କ ଯୁବାବସ୍ଥାରେ ଦେଖିଥିବା ସ୍ବପ୍ନ ପୁଣି ଥରେ ପୁନଃଜାଗ୍ରତ କରିଛି। ଉକ୍ତ ମୋଟରସାଇକେଲ ଷ୍ଟଣ୍ଟ ରାଇଡର ଚାକିରି ପାଇଁ ଆବେଦନ କରିବା ସତ୍ତ୍ୱେ ମଧ୍ୟ ଜବ୍‌ ଲେଟର କାହିଁକି ଆସିଲା ନାହିଁ ତାହା ସେ ସର୍ବଦା ଭାବୁଥିଲେ ବୋଲି ହୋଡ୍‌ସନ କହିଛନ୍ତି। ସେ ଆହୁରି ମନେପକାଇ କହିଛନ୍ତି, ସେତେବେଳେ ଲଣ୍ଡନର ଏକ ଆପାର୍ଟମେଣ୍ଟରେ ସେ ରହୁଥିଲେ ଏବଂ ମୋଟରସାଇକେଲ ଷ୍ଟଣ୍ଟ ରାଇଡର ହେବା ପାଇଁ ଏହି ଆବେଦନ କରିଥିଲେ। ଦୀର୍ଘ ସମୟ ଧରି ସେ ଏହି ନିଯୁକ୍ତି ପତ୍ରକୁ ଉତ୍ସାହର ସହିତ ଅପେକ୍ଷା କରି ରହିଥିଲେ। ତେବେ ଏହା ଆସି ନ ଥିଲା, ଫଳରେ ସେ ନିରାଶ ହୋଇଥିବା ହୋଡ୍‌ସନ କହିଛନ୍ତି। ମୋଟରସାଇକେଲ ଷ୍ଟଣ୍ଟ ରାଇଡର୍‌ ହେବାକୁ ସେ ଦେଖିଥିବା ସ୍ବପ୍ନ ପୂରଣ ହୋଇ ପାରିଲା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଭାରତୀୟ ବାୟୁସେନା

ପ୍ରତିବର୍ଷ ୮ ଅକ୍ଟୋବରରେ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ। ଚଳିତବର୍ଷ ଭାରତୀୟ ବାୟୁସେନା ଏହାର ୯୨ତମ ବାର୍ଷିକୀ ଉତ୍ସବ ପାଳନ କରିବ। ଏହି ଦିନ...

ବାତ୍ୟାରେ ୫୦ କି.ମି. ଚାଲି ଝିଅ ବିବାହରେ ପହଞ୍ଚିଲେ

ୱାଶିଂଟନ୍‌: ସମ୍ପ୍ରତି ଆମେରିକାର ଦକ୍ଷିଣ କାରୋଲିନା ନିବାସୀ ଡେଭିଡ୍‌ ଜୋନ୍ସ ନିଜ ଝିଅ ଏଲିଜାବେଥ୍‌ଙ୍କ ବିବାହ ଉତ୍ସବରେ ପହଞ୍ଚିବା ପାଇଁ ପ୍ରବଳ ବାତ୍ୟା ମଧ୍ୟରେ ୫୦...

ଡରାଇଲାଣି ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ, ଅକ୍ଟୋବରରେ ଆସିପାରେ ବଡ଼ ବିପର୍ଯ୍ୟୟ

ଡରାଇଲାଣି ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ । ୪୫୦ ବର୍ଷ ପୂର୍ବରୁ କରିସାରିଛନ୍ତି ପୂର୍ବାନୁମାନ । ଆଉ ଏହା ଅକ୍ଟୋବରରେ ସତ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି। ଆଗରୁ...

ଜାଣନ୍ତୁ ଦେଶର ସୁନାଝିଅଙ୍କ ବିଷୟରେ

ଅବନୀ ଲେଖ୍‌ରା। ୧୨ ବର୍ଷର ହୋଇଥିବାବେଳେ ଏକ ଦୁର୍ଘଟଣାରେ ତାଙ୍କର ପାରାଲିସିସ୍‌ ହୋଇଯାଏ। ଫଳରେ ତାଙ୍କୁ ହ୍ବିଲ ଚେୟାରର ସାହାରା ନେବାକୁ ପଡିଲା। ତାଙ୍କର ଦୁନିଆ...

ଏତେ ଲମ୍ବା କେଶ, ଶୁଖିବାକୁ ଲାଗେ…

ଫ୍ଲୋରିଡା, କ୍ଲେରମୋଣ୍ଟର ଆଶା ମଣ୍ଡେଲା ଏମିତି ଏକ ରେକର୍ଡ କରିଛନ୍ତି ଯାହାକୁ ଆଜିଯାଏ କେହି ଭାଙ୍ଗି ପାରୁନାହାନ୍ତି। ତାହା ହେଉଛି ସବୁଠୁ ଲମ୍ବା କେଶର ରେକର୍ଡ।...

ପ୍ରଥମ ଦରମାରେ ଭାଇଭଉଣୀଙ୍କ ପଢ଼ାଖର୍ଚ୍ଚ ତୁଲାଇଥିଲି

ବାପା ମା’ଙ୍କର ମୁଁ ଥିଲି ସବୁଠାରୁ ବଡ଼ପୁଅ। ମୋ ତଳେ ଆହୁରି ଚାରି ଭାଇ ଓ ଦୁଇ ଭଉଣୀ, ମାନେ ଆମେ ସାତ ଭାଇଭଉଣୀ। ବଡ଼...

ବୁଲଡୋଜର-ଜେସିବି ମଧ୍ୟରେ ତଫାତ ଜାଣନ୍ତି କି? ଉତ୍ତର ନା ହୋଇଥିଲେ ଜାଣି ନିଅନ୍ତୁ…

ଆପଣ ନିଶ୍ଚିତ ଭାବେ ମାଟି ଖୋଳୁଥିବା ବେଳେ ଜେସିବି ନଚେତ ବୁଲଡୋଜରକୁ ଦେଖିଥିବେ। ହେଲେ କ’ଣ ଆପଣ ଉଭୟଙ୍କ ମଧ୍ୟରେ ଫରକ କ’ଣ ଜାଣନ୍ତି କି?...

ଡଲ୍‌ଫିନ୍‌ ହସିପାରନ୍ତି

ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri