ଯୋଡ଼ା, ୧୮।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରରେ ରାମନବମୀରେ ଝଣ୍ଡା ସ୍ଥାପନକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ପୋଲିସ ଉଭୟ ସମ୍ପ୍ରଦାୟର ଆଉ ଦୁଇ ଅଭିଯକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ମାମଲା (ନଂ.୬୫/୨୨) ରୁଜୁ କରି ଯୋଡ଼ା ଏଫ ଏମ୍ପି କଲୋନୀର ପ୍ରହଲ୍ଲାଦ ରାୟଙ୍କୁ ଗିରଫ କରିଛି। ସେହିପରି ମାମଲା (ନଂ. ୬୬/୨୨) ରୁଜୁ କରି ଯୋଡ଼ା ମୁସଲିମ୍ ବସ୍ତିର ଏମ୍ଡି ୱାସିଦ ଅହମ୍ମଦଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସମୁଦାୟ ୧୩ ଜଣଙ୍କୁ ଏହି ଗୋଷ୍ଠୀ ସଂଘର୍ଷ ମାମଲାରେ ଗିରଫ କରିଛି। ଏହି ମାମଲାରେ ବହୁ ଅଭିଯୁକ୍ତଙ୍କ ସଂପୃକ୍ତି ରହିଥିବା ଏବଂ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ପ୍ରକାଶ କରିଛି।