ଯୋଡ଼ା ପୌରପାଳିକା: ନଭେମ୍ବର ୨୯ରେ କାଉନ୍‌ସିଲର ଉପ ନିର୍ବାଚନ

ଯୋଡ଼ା,୩୦ା୧୦(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅଧୀନ ୮ ନଂ. ୱାର୍ଡରେ ଖାଲି ପଡ଼ିଥିବା କାଉନ୍‌ସିଲର ଆସନ ପାଇଁ ନଭେମ୍ବର ୨୯ରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ବିଧିବଦ୍ଧ ଭାବେ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଜାରି କରିଛନ୍ତି। ନଭେମ୍ବର ୧୧ରେ ପ୍ରାର୍ଥିପତ୍ର ଦାଖଲ କରାଯିବ ବୋଲି ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଗତ ୨୦୨୨ ପୌର ନିର୍ବାଚନରେ ଉକ୍ତ ୱାର୍ଡରୁ ଜୟରାମ ନାଏକ କାଉନ୍‌ସିଲର ଭାବେ ବିଜୟୀ ହୋଇଥିଲେ। ଗତ ଡିସେମ୍ବର ମାସରେ ତାଙ୍କର ଦେହାନ୍ତ ପରେ ଆସନ ଖାଲିପଡ଼ିଛି।

Share