ଓ୍ବାଶିଂଟନ,୧୭।୧ : ଜୋ ବାଇଡେନ ଜାନୁୟାରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ। ଶପଥ ନେବା ପୂର୍ବରୁ ବାଇଡେନଙ୍କ ସମ୍ପର୍କରେ ନୂଆ ନୂଆ କଥା ସବୁ ସାମ୍ନାକୁ ଆସୁଛି। ଯାହାକି ଆମେରିକାରେ ଖୁବ୍ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରୁ ସବୁଠୁ ବଡ଼ କଥା ହେଉଛି ବାଇଡେନଙ୍କ ଭାରତୀୟମାନଙ୍କ ସହ ସମ୍ପର୍କ। ଜାଣନ୍ତୁ ଏ ସମ୍ପର୍କରେ…
ପ୍ରକୃତ କଥା ହେଲା ୨୦୧୩ରେ ଏକ ଭାଷଣରେ ବାଇଡେନ ନିଜେ କହିଥିଲେ କି, ତାଙ୍କ ପରିବାର ସହ ଭାରତର କନେକ୍ସନ ରହିଛି। ଏହି ଭାଷଣରେ ବାଇଡେନ କହିଥିଲେ, ୧୯୭୦ରେ ମୁମ୍ବାଇରୁ ବାଇଡେନ ଟାଇଟେଲ ଥିବା ଜଣେ ବ୍ୟକ୍ତିଙ୍କର ଏକ ପତ୍ର ମିଳିଥିଲା। ସେ ଲେଖିଥିଲେ ଆମର ପରସ୍ପରର ସମ୍ପର୍କ ରହିଛି।
ସେ ଆହୁରି ମଧ୍ୟ କହିଥିଲେ ମୁମ୍ବାଇରୁ ଆସିଥିବା ଏହି ବ୍ୟକ୍ତି ସଙ୍କେତ ଦେଇଥିଲେ କି ଆମର ପୂର୍ବଜ ଇଷ୍ଟ ଇଣ୍ଡିଆ ଟ୍ରେଣ୍ଡିଂ କମ୍ପାନୀ ପାଇଁ କାମ କରୁଥିଲେ। ପରେ ବାଇଡେନ ତାଙ୍କ ନାମ ପ୍ରକାଶ କରି କହିଥିଲେ ସେ ହେଉଛନ୍ତି ଜଜ ବାଇଡେନ। ବାଇଡେନଙ୍କ ସମ୍ପର୍କୀୟମାନେ ଭାରତରେ ରହୁଥିଲେ। ଏଥିସହିତ ବାଇଡେନ ଭାରତ ଆସିଥିବା ବେଳେ ତାଙ୍କର କିଛି ଫଟୋ ମଧ୍ୟ ଭାଇରାଲ ହେଉଛି। ସେ ତାଙ୍କ ପରିବାର ସହ ଭାରତର ବିଭିନ୍ନ ସ୍ଥାନ ବୁଲିଛନ୍ତି। ଭାରତ ଆସିଥିବା ବେଳେ ମନମୋହନ ସିଂ, ରତନ ଟାଟା ପରି ବ୍ୟକ୍ତିଙ୍କ ସହ ଆଲୋଚନା କରିଥିବାର ଫଟୋ ମଧ୍ୟ ଦେଖିବାକୁ ମିଳିଛି।