ଭାରତକୁ ବାଇଡେନ ପ୍ରଶାସନ ଦେବ ଏଫ୍‌-୧୬ଇଏକ୍ସ ବିମାନ!

ୱାଶିଂଟନ,୨ ।୨: ଭାରତୀୟ ବାୟୁସେନାକୁ ଖୁବ୍‌ଶୀଘ୍ର ଆମେରିକାର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍‌-୧୬ଇଏକ୍ସ ବିମାନ ମିଳିପାରେ । ଦୁଇ ଦେଶ ମଧ୍ୟରେ ବଢୁଥିବା ବନ୍ଧୁତ୍ୱର ସମ୍ପର୍କ ସ୍ୱରୂପ ଆମେରିକା ସରକାର ଏଫ୍‌-୧୫ ଶୃଙ୍ଖଳାର ସବୁଠାରୁ ନୂଆ ମଡେଲକୁ ଭାରତକୁ ଦେବାକୁ ମଞ୍ଜୁରୀ ପ୍ରଦାନ କରିଛି । ଏହା ବହୁଉଦ୍ଦେଶୀୟ ହୋଇଥିବା ବେଳେ ଖରାପ ପାଗ ଓ ରାତିରେ ବି ଶତ୍ରୁଙ୍କ ଉପରେ ଆକ୍ରମଣ କରିପାରିବ । ବୋଇଂ ଇଣ୍ଟରନ୍ୟାଶନାଲ ସେଲ୍ସ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ପାର୍ଟନରଶିପର ଉପାଧ୍ୟକ୍ଷ ମରିୟା ଏଚ୍ ଲେନେ କହିଛନ୍ତି ଦୁଇ ଦେଶର ସରକାରଙ୍କ ମଧ୍ୟରେ କଥା ହେବା ପରେ ଦୁଇ ଦେଶର ବାୟୁସେନା ଏଫ୍‌-୧୫ଇଏକ୍ସ ସମ୍ପର୍କରେ ସୂଚନା ଆଦାନ ପ୍ରଦାନ କରିଥିଲେ । ଭାରତର ଅନୁରୋଧକୁ ଆମେରିକା ସ୍ୱୀକାର କରି ନେଇଥିବା ଲେନେ କହିଛନ୍ତି । ବୋଇଙ୍ଗ କହିଛି ବେଙ୍ଗାଲୁରୁରେ ଆଗାମୀ ସପ୍ତାହରେ ଆରମ୍ଭ ହେବାକୁ ଥିବା ଏୟରୋ ଇଣ୍ଡିଆ ୨୦୨୧ରେ ଏଫ୍ ୧୫-ଇଏକ୍ସ ବିମାନକୁ ପ୍ରଦର୍ଶନ କରାଯିବ । କୁହାଯାଉଛି କି ଆମେରିକା ସରକାରଙ୍କ ଏଭଳି ନିଷ୍ପତ୍ତି ଭାରତ ସହ ଥିବା ନିବିଡ ବନ୍ଧୁତ୍ୱର ପରିଚୟ । ଏହା ଦୁଇ ଦେଶ ମଧ୍ୟରେ ଭରସା ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପର୍କ ଯୋଡି ରହିବାର ସଙ୍କେତ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ନିବେଶ ପାଇଁ ଆମେରିକୀୟ ସିଇଓଙ୍କୁ ମୋଦିଙ୍କ ଆହ୍ବାନ

ନ୍ୟୁୟର୍କ,୨୩ା୯(ପି.ଟି.):ଆମେରିକାର ବୃହତ୍‌ ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ସିଇଓମାନଙ୍କୁ ଭାରତରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ରବିବାର ଆମେରିକାର ବୃହତ୍‌...

ଲେବାନନ୍‌ର ୩୦୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ: ୧୦୦ ମୃତ, ୪୦୦ ଆହତ

ବେରୁଟ୍‌/ଜେରୁଜେଲମ,୨୩।୯: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହେଜ୍‌ବୋଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ ୩୦୦ ସ୍ଥାନରେ ରକେଟ୍‌...

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ...

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି...

ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୩।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଅନୁରା କୁମାରା ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତ ସହ କାମ କରିବାକୁ ନିଜର...

କ୍ୱାଡ୍‌ରେ ଚାଇନାକୁ ଟାର୍ଗେଟ

ଓ୍ବିଲ୍‌ମିଙ୍ଗଟନ୍‌,୨୩ା୯: ବିଶ୍ୱର ମଙ୍ଗଳ ପାଇଁ କ୍ୱାଡ୍‌ ଏକ ଶକ୍ତି। ଏହି ମେଣ୍ଟର ବର୍ତ୍ତମାନ ଭଳି ରଣନୀତିକ ଏକତା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ଆମେରିକା,...

ମୋଦିଙ୍କୁ ଭୁଲିଗଲେ ବାଇଡେନ୍‌

ଓ୍ବିଲ୍‌ମିଙ୍ଗଟନ୍‌,୨୩।୯ : କ୍ୱାଡ୍‌ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri