ମାସ୍କ ପିନ୍ଧି ହ୍ବାଇଟ୍‌ ହାଉସରେ ଏଣ୍ଟ୍ରି କଲେ ବାଇଡେନ ଦମ୍ପତି

ଓ୍ବାଶିଂଟନ,୨୧।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଗୁରୁବାର ତାଙ୍କ ସ୍ତ୍ରୀ ଜିଲ ବାଇଡେନଙ୍କ ସହ ରାଷ୍ଟ୍ରପତି ଭବନ ଅର୍ଥାତ୍‌ ହ୍ବାଇଟ୍‌ହାଉସରେ ଏଣ୍ଟ୍ରି କରିଛନ୍ତି। ଏହି ସମୟରେ ବ୍ୟାଣ୍ଡ ବଜାଇ ବାଇଡେନ ଦମ୍ପତିଙ୍କୁ ସ୍ବାଗତ କରିଥିଲେ ଅଧିକାରୀମାନେ। ମାସ୍କ ପିନ୍ଧି ହ୍ବାଇଟ୍‌ ହାଉସରେ ପ୍ରବେଶ କରିଥିଲେ ଏହି ଦମ୍ପତି। ବାଇଡେନ ଏକ କଳା ରଙ୍ଗର ଓଭରକୋଟ୍‌ ପିନ୍ଧିଥିବା ନଜର ଆସିଥିବା ବେଳେ ଜିଲ୍‌ ଏକ ବ୍ଲୁ ରଙ୍ଗର ଡ୍ରେସ ପିନ୍ଧିଥିଲେ। ମ୍ୟାଚିଂ କରି ଦୁଇଜଣ ମ୍ୟାପ୍‌ ପିନ୍ଧିଥିଲେ।

ରାଷ୍ଟ୍ରପତିଙ୍କ ଟୁଇଟର ଆକାଉଣ୍ଟରେ କୁହାଯାଇଛି ଯେ, ଜୋ ବାଇଡେନ ମାସ୍କ ପିନ୍ଧିବା ଜରୁରୀ ବୋଲି ଏକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡରରେ ଦସ୍ତଖତ କରିଛନ୍ତି। ସେ ମାସ୍କ ପିନ୍ଧି ଦେଶଭକ୍ତି ଜଣାଇଛନ୍ତି। ଫଳରେ ଆମେରିକାବାସୀ ସମସ୍ତେ ମାସ୍କ ପିନ୍ଧିବାକୁ ବାଇଡେନ ଅନୁରୋଧ କରିଛନ୍ତି। ହ୍ବାଇଟ୍‌ହାଉସରେ ପହଞ୍ଚିବା ପରେ ରେଡ୍‌ କାର୍ପେଟ ଉପରେ ଠିଆ ହୋଇ ବାଇଡେନ ଦମ୍ପତି ଦେଶବାସୀଙ୍କୁ ଅଭିବାଦନ ଜଣାଇଛନ୍ତି। ବାଇଡେନ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ଏହା ଆଗକୁ ବଢ଼ିବାର ସମୟ। ଟୁଇଟ୍‌ ହେବାର ମାତ୍ର କିଛି ସମୟ ମଧ୍ୟରେ ଏହାକୁ ୩.୫ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୭୩.୪ ହଜାର ଲୋକ ରିଟୁଇଟ୍‌ କରିଛନ୍ତି।

Share