ବିନା ପ୍ରସ୍ତୁତିରେ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଘୋଷଣା କଲେ ବାଇଡେନ?

ଓ୍ବାଶିଂଟନ,୫।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ନିର୍ବାଚନରେ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଦେଲେ ସତ, ହେଲେ ଏଥିପାଇଁ ଏବେ ପର୍ଯ୍ୟନ୍ତ ତାଙ୍କ ପ୍ରସ୍ତୁତି ଦୁର୍ବଳ ଥିବା ଲକ୍ଷ୍ୟ କରାଯାଉଛି। ମିଡିଆ ରିପୋର୍ଟରେ ବାଇଡେନଙ୍କ ଦ୍ୱିତୀୟ ଥର ନିର୍ବାଚନ ଲଢିବା ପ୍ରସ୍ତୁତିର ତୁଳନା ୨୦୧୨ର ନିବର୍ର୍ାଚନ ପୂର୍ବରୁ ତତ୍କାଳିନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପ୍ରସ୍ତୁତି ସହ କରାଯାଇଛି। ୨୦୧୧ରେ ମେ ପର୍ଯ୍ୟନ୍ତ ଓବାମାଙ୍କ ନିର୍ବାଚନ ପ୍ରସ୍ତୁତି ଖୁବ ଅଧିକ ରହିଥିଲା। ଡେମୋକ୍ରାଟିକ ପାର୍ଟିରୁ ଓବାମା ଦ୍ୱିତୀୟ ଥର ନିର୍ବାଚିତ ହାଇଥିବା ଏବେ ପର୍ଯ୍ୟନ୍ତର ଶେଷ ରାଷ୍ଟ୍ରପତି ଥିଲେ। ତାଙ୍କପରେ ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ଫ ଦ୍ୱିତୀୟ ଥର ନିର୍ବାଚନରେ ଜିତି ପାରି ନ ଥିଲେ।

ଓ୍ବେବସାଇଟ ଏକ୍ସିୟୋସ.କମ ତା’ର ଏକ ବିଶ୍ଳେଷଣରେ କହିଛି ବାଇଡେନ ତାଙ୍କ ପ୍ରଚାର ଟିମ ନ ପ୍ରସ୍ତୁତ କରି ପୁଣିଥରେ ମଇଦାନକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି। ତାଙ୍କ ନିକଟରେ ଏମିତି ସଙ୍ଗଠନ ନାହିଁ, ଯେ କି ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ଫଙ୍କୁ ସାମ୍ନା କରିପାରିବ। ଟ୍ରମ୍ଫ ପ୍ରାର୍ଥୀ ହେବାର ଘୋଷଣା ୬ ମାସ ପୂର୍ବରୁ କରି ଦେଇଛନ୍ତି। ଓ୍ବେବସାଇଟର ରିପୋର୍ଟ ଅନୁଯାୟୀ, ‘ବାଇଡେନ ୨୦୨୪’କ୍ୟାମ୍ପେନ ଟିମରେ କେବଳ ଦୁଇ ପୂର୍ବକାଳୀନ କର୍ମଚାରୀ ରହିଛନ୍ତି। ସେଥିପାଇଁ ବାଇଡେନଙ୍କ ରାଷ୍ଟ୍ରପତି ନିର୍ବାଚନ ଲଢିବା ଘୋଷଣାକୁ ନେଇ ପ୍ରଶ୍ନ ଉଠୁଛି।

Share