ୟୁକ୍ରେନକୁ ୮୦ କୋଟି ଡଲାର ସେନା ସହାୟତା ଯୋଗଇଦେବ ଆମେରିକା

ୱାଶିଂଟନ,୨୨ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ଆମେରିକା ଓ ଅନ୍ୟ ପାଶ୍ଚ୍ୟାତ ଦେଶର ସମର୍ଥନ ଲଗାତାର ମିଳି ଚାଲିଛି । ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ୮୦ କୋଟି ଡଲାରର ନୂଆ ସେନା ସହୟତା ଯୋଗଇ ଦେବାକୁ ଘୋଷଣା କରିଛନ୍ତି । ବାଇଡେନ କହିଛନ୍ତି ସେ କଂଗ୍ରେସକୁ ସେନା ସହାୟତାର ବିସ୍ତାର କରିବାକୁ କହିବେ । ଏପଟେ ସ୍ପେନର ପ୍ରଧାନମନ୍ତ୍ରୀ ପ୍ରେଡୋ ସାଂଚେଜ ଭାରି ପରିବହନ ବାହନ ସହିତ ୨୦୦ ଟନ ସେନା ସାମଗ୍ରୀ ୟୁକ୍ରେନକୁ ପଠାଇଥିବା ଘୋଷଣା କରିଛନ୍ତି ।
ନୂଆ ସେନା ସହାୟତା ପ୍ୟାକେଜରେ ୟୁକ୍ରେନ୍ ପାଇଁ ରହିଛି ଅତ୍ୟଧିକ ଆବଶ୍ୟକ ଭାରି ଅସ୍ତ୍ର, ୧,୪୪,୦୦୦ ଗୁଳି ଓ ଡ୍ରୋନ । ଏହାଦ୍ୱାରା ୟୁକ୍ରେନର ଡୋନବାସ ଉପରେ ହେଉଥିବା ଆକ୍ରମଣରେ ଏହା ସେନାଙ୍କୁ ସହାୟକ ହେବ । ପ୍ରଥମଥର ଲାଗି ୟୁକ୍ରେନକୁ ସ୍ୱୀକୃତ କରାଯାଇଥିବା ପାଖାପାଖି ୨.୬ ଅରବ ଡଲାରର ସେନା ସହାୟତା ।

Share