ଓ୍ବାଶିଂଟନ,୧୭।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ-ଆମେରିକୀୟ ବିଜନେସ ଲିଡର ଶମିନା ସିଂଙ୍କୁ ଏକ ବଡ ଦାୟିତ୍ୱ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ରପ୍ତାନି ପରିଷଦରେ ଶମିନା ସିଂଙ୍କୁ ନିଯୁକ୍ତ କରାଯାଇଛି। ଏହି ପରିଷଦ ଆନ୍ତର୍ଜାତୀୟ ବାଣିଜ୍ୟ ସମ୍ବନ୍ଧରେ ମୁଖ୍ୟ ଜାତୀୟ ପରାମର୍ଶଦାତା କମିଟି ଭାବରେ କାର୍ଯ୍ୟ କରେ।
ଶମିନା ମାଷ୍ଟରକାର୍ଡ ସେଣ୍ଟର ଫର ଇନକ୍ଲୁସିଭେସନର ପ୍ରତିଷ୍ଠାତା ତଥା ସଭାପତି ଅଟନ୍ତି। ତାଙ୍କ ନିଯୁକ୍ତିକୁ ନେଇ ଖୁସି ବ୍ୟକ୍ତ କରି ସିଂ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ରପ୍ତାନି ପରିଷଦ ଗଠନ କରୁଥିବା ବିଶିଷ୍ଟ ନେତାଙ୍କ ଦଳରେ ଯୋଗଦାନ କରି ସେ ଗୌରବାନ୍ବିତ। ହ୍ବାଇଟ ହାଉସର ବୟାନ ଅନୁଯାୟୀ ଜୁଲାଇ ୧୪ରେ ସିଂଙ୍କ ନାମ ରାଷ୍ଟ୍ରପତି ବାଇଡେନ ଘୋଷଣା କରିଥିଲେ।