ମୋଦିଙ୍କ ଲୋକପ୍ରିୟତା ଦେଖି ବାଇଡେନ କହିଲେ ମୋତେ ଦରକାର ଆପଣଙ୍କ ଅଟୋଗ୍ରାଫ

ହିରୋଶିମା,୨୧।୫: ସାରା ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ ପ୍ରିୟତା ଖୁବ ଅଧିକ। ଏମିତିକି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ତାଲିକାରେ ବିଶ୍ୱର ବହୁ ନେତା ରହିଛନ୍ତି। ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ୱାଡ ବୈଠକ ସମୟରେ ମୋଦିଙ୍କୁ ତାଙ୍କ ଅଟୋଗ୍ରାଫ ମାଗିଛନ୍ତି, ଯାହା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

ମିଡିଆ ରିପୋର୍ଟ ଅନୁଯାୟୀ, କ୍ୱାଡ ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ଅଦ୍ଭୁତ ଆହ୍ବାନ ବିଷୟରେ ଉଲ୍ଲେଖ କରିଛନ୍ତି। ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି ଯେ ଆମେରିକାର ବହୁ ସଂଖ୍ୟକ ଲୋକ ତାଙ୍କୁ ଭେଟିବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ତାଙ୍କ ନିକଟକୁ ଅନେକ ଆବେଦନ ଆସୁଛି। ବାଇଡେନ କହିଛନ୍ତି, ‘ମୁଁ ତୁମର କାର୍ଯ୍ୟକ୍ରମ ପାଇଁ ଲୋକଙ୍କଠାରୁ କ୍ରମାଗତ ଭାବରେ ଅନୁରୋଧ ଗ୍ରହଣ କରୁଛି, ଯାହା ମୋ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।

ଏହାସହିତ, ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ଆନ୍ଥୋନୀ କହିଛନ୍ତି ଯେ ସିଡନୀରେ ୨୦ହଜାର କ୍ଷମତା ବିଶିଷ୍ଟ ଏକ କମ୍ୟୁନିଟି ରିସେପ୍ସନ ଅଛି କିନ୍ତୁ ତଥାପି ଏହା ସମସ୍ତ ଅନୁରୋଧ ପୂରଣ କରିବାରେ ସକ୍ଷମ ନୁହେଁ। ଆନ୍ଥୋନୀ କହିଛନ୍ତି ଯେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପିଏମ ମୋଦିଙ୍କୁ ୯୦ ହଜାରରୁ ଅଧିକ ଲୋକ ସ୍ବାଗତ କରିଛନ୍ତି। ଏହା ଉପରେ ବାଇଡେପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି ମୁଁ ତୁମର ଅଟୋଗ୍ରାଫ ନେବା ଉଚିତ।

Share